ବିଲରେ କାମ କରୁଥିଲେ ମହିଳା: କାମୁଡି ଦେଲା ସାପ, ଆଉ ତା’ପରେ…

ଗଞ୍ଜାମ,୧୦।୧୧(ବିଦ୍ୟାଧର ସାହ/ ଅଖିଳ ତରାଇ): ବିଲରେ କାମ କରୁଥିବା ବେଳେ ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ମହିଳା ଜଣକ ହେଲେ ରମ୍ଭା ଥାନା ବାଲିବଗଡ଼ ଗ୍ରାମର ଗଣେଶ ସ୍ବାଇଁଙ୍କ ସ୍ତ୍ରୀ ଲଳିତା ସ୍ବାଇଁ(୫୦) ବର୍ଷ।

ଲଳିତା ନିଜ ଚାଷ ଜମିରେ ଘାସ ବାଛୁଥିବା ବେଳେ ଏକ ସାପ କାମୁଡି ଦେଇଥିଲା। ପରେ ସେ ଘରକୁ ଆସି ପରିବାର ଲୋକଙ୍କ ସହ ଛତ୍ରପୁର ମେଡିକାଲ ଯାଇଥିଲେ। ସେଠାରୁ ଚିକିତ୍ସିତ ହୋଇ ଘରକୁ ଫେରି ଫେରିଥିଲେ । ହେଲେ ହାତଟା ଫୁଲିବା ପରେ ପୁଣି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ଲଳିତାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି।