ରିଷିଡା,୨୬।୫(ସୁଶାନ୍ତ ମଲ୍ଲିକ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜଗନ୍ନାଥ ମନ୍ଦିର ସମେତ ରିଷିଡା ଅଞ୍ଚଳରେ ବିବାହିତା ମହିଳାମାନେ ନିଜ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ସୋମବାର ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ବଜାରରେ ଫଳଦର ଆକାଶ ଛୁଆଁ ଥିଲେ ମଧ୍ୟ ସକ୍ଷମ ମୁତାବକ ଫଳ ଓ ପୁଜା ସାମଗ୍ରୀ କିଣି ମନ୍ଦିର ଓ ବଟବୁକ୍ଷରେ ପାଳନ କରିଥିଲେ। କର୍ଲାମୁଣ୍ଡା ବ୍ଲକର ଗଜବାହାଲ, ପୌରକେଲା,ରାଜପୁର,ରେଗେଡା, ତେରେସିଂହା,ରିଞ୍ଜା ମାଲପଡା, ସାପଲହରା,ଯୋରାଡ୍ରବରା, ଆଦି ଅଞ୍ଚଳରେ ମଧ୍ୟ ଏହି ବ୍ରତ ପାଳନ କରାଯାଇଛି।