ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ ବିଜେତା ସେନାପତି। ଗୁରୁତର ଅବସ୍ଥାରେ ବିଜେତାଙ୍କୁ ପରିବାର ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି।
ଘଟଣାରୁ ପ୍ରକାଶ ଯେ, କୁଲାଡର ଚନ୍ଦ୍ର ଶେଖର ସେନାପତି ଏବଂ ତାଙ୍କ ସ୍ତ୍ରୀ ବିଜେତା ଏବଂ ଝିଅ ଭଞ୍ଜନଗର ବାଗ୍ଦେବୀ ରୋଡରେ ରହୁଥିଲେ। ବିଦ୍ୟୁତ୍ ନଥିବା ବେଳେ ବିଜେତା ଗ୍ୟାସରେ ରୋଷେଇ କରିବା ପାଇଁ ପ୍ରସ୍ତୁତ ହେଉଥିଲେ। ଏହି ସମୟରେ ପୂର୍ବରୁ ଗ୍ୟାସ ଲିକ ଥିବା ଯୋଗୁ ଲାଇଟର ଲଗାଉ ଲଗାଉ ନିଆଁ ଚାରି ଆଡ଼େ ଧରି ଯାଇଥିଲା। ଫଳରେ ବିଜେତା ଗୁରୁତର ଭାବେ ପୋଡ଼ି ଯାଇଥିଲେ। ବିଜେତାଙ୍କ ପାଟି ଶୁଣି ପରିବାର ଲୋକେ ଏବଂ ସାହି ପଡୋଶୀ ଘରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲକୁ ନେଇଥିଲେ। ମହିଳାଙ୍କ ଶରୀର ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ପୋଡ଼ି ଯାଇଥିବା ଜଣାପଡ଼ିଛି ।
Dharitri – Odisha’s No.1 Odia Daily