କନ୍ଧମାଳ,୮।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ପଦା ସାହିରେ ଜଣେ ମହିଳାଙ୍କ ଘରୁ ବିରାଟକାୟ ନାଗ ଉଦ୍ଧାର ହୋଇଛି।ତାକୁ ସିମନବାଡି ପଞ୍ଚାୟତ ସଲାବାଡ଼ି ଗ୍ରାମର ପ୍ରକାଶ ଚନ୍ଦ୍ର ପ୍ରଧାନ ଉଦ୍ଧାର କରିଛନ୍ତି । ପ୍ରକାଶ ଯେ ତିଲୋରୀ ପଦା ସାହିର ଅରୁଣି ନାୟକଙ୍କ ଘରେ ବିଳମ୍ବିତ ରାତିରେ ଏକ ନାଗ ସାପ ପଶିଥିଲା ଅରୁଣି ଏକା ଥିବାରୁ ଭୟଭୀତ ହୋଇଯାଇଥିଲେ । ସେ ଗ୍ରାମବାସୀଙ୍କୁ ଜଣାଇ ଥିଲେ ସାହାଯ୍ୟ ମାଗିବାରୁ ଗ୍ରାମର କିଛି ଲୋକ ଦାରିଙ୍ଗବାଡି ବନାଞ୍ଚଳକୁ ସୂଚନା ଦେଇଥିଲେ। ବନାଞ୍ଚଳରେ କେହି ସାପକୁ ଧରିବା ଶିଖି ନ ଥିବାରୁ ସେମାନେ ସିମନବାଡିର ପ୍ରକାଶ ପ୍ରଧାନଙ୍କୁ ଡାକିବାକୁ ପରାମର୍ଶ ଦେଇଥିଲେ ପ୍ରକାଶ ସେଠାରେ ପହଞ୍ଚି ସାପଟିକୁ କାବୁ କରିନେଇଥିଲେ ଏବଂ ତାକୁ ଗୁମାଡି ନଦୀ ନିକଟ ଜଙ୍ଗଲରେ ଛାଡିଦେଇଥିଲେ ।