ଲାଠୋର,୧୨।୫(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଞ୍ଚଳରେ ୩ ମହିଳାଙ୍କୁ ଟଣା ଓଟରା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ସୋମବାର ପୋଲିସ ଗିରଫ କରି ପାଟଣାଗଡ଼ କୋର୍ଟ ଚାଲାଣ କରିଛି। ସେ ହେଲେ ରାଜକୁମାର ରାଓ(୫୫)।
ଅଭିଯୁକ୍ତ ଜଣକ ରବିବାର ରାତିରେ ନିଜ ପଡ଼ିଶାରେ ରହୁଥିବା ଦୁଇ ମହିଳାଙ୍କ ଘରକୁ ଯାଇ ତାଙ୍କୁ ଟଣାଓଟରା କରିଥିଲେ। ପରେ ଟିଟିଲାଗଡ଼ରୁ ନିଜ ସମ୍ପର୍କୀୟ ଘରକୁ ଆସୁଥିବା ଅନ୍ୟ ଏକ ମହିଳାଙ୍କୁ ରାସ୍ତାରେ ଟଣାଓଟରା କରିଥିଲେ। ଏହା ଦେଖି ଲୋକେ ପାଟିତୁଣ୍ଡ କରିବାରୁ ସେ ସେଠାରୁ ଚାଲି ଯାଇଥିଲେ। ଏହା ଜାଣିବା ପରେ ପୀଡ଼ିତାଙ୍କ ସମ୍ପର୍କୀୟମାନେ ସ୍ଥାନୀୟ ଥାନାକୁ ଯାଇ ଏତଲା ଦେଇଥିଲେ।
ଏହାକୁ ଅଧାର କରି ପୋଲିସ ରାଜକୁମାରଙ୍କୁ ଥାନାକୁ ନେଇ ଅଟକ ରଖି ପଚରାଉଚରା କରିଥିଲା। ସୋମବାର ସକାଳୁ ପୀଡ଼ିତାମାନଙ୍କୁ ଡାକି ସମସ୍ତ ଘଟଣା ବୁଝିଲା ପରେ ଡାକ୍ତରୀ ମାଇନା ପାଇଁ ପଠାଯାଇଥିଲା। ଡାକ୍ତରୀ ମାଇନା ପରେ ଅଭିଯୁକ୍ତଙ୍କ ବିରୋଧରେ ଲାଠୋର ଥାନାରେ ନଂ. ୭୫/୨୫ରେ ଭାରତୀୟ ନ୍ୟାୟ ସଂହିତା ଧାରା ୧୨୬(୨)/୭୪/୭୮ ରେ ଏକ ମାମଲା ରୁଜୁ କରାଯାଇଥିବା ନେଇ ଥାନାଧିକାରୀ ରାକେଶ ବେହେରା ସୂଚନା ଦେଇଛନ୍ତି।