ବିନା ମାସ୍କରେ ଦୋକାନରେ ପଶୁଥିଲେ ମହିଳା: ରୋକିବାରୁ ଘଟାଇଲେ ଏମିତି କାଣ୍ଡ…

ବଢୁଥିବା କରୋନା ଭାଇରସ ସଂକ୍ରମଣକୁ ରୋକିବା ଲାଗି ମାସ୍କ ପିନ୍ଧିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଅଧିକାଂଶ ଲୋକ ସେମାନଙ୍କ ଦୈନଦିନ ଜୀବନରେ ମାସ୍କ ବ୍ୟବହାରକୁ ସାମିଲ କରିସାରିଲେଣି। ହେଲେ ଏବେବି ଅନେକେ ଅଛନ୍ତି ଯେଉଁମାନେ ଏଦିଗରେ ଆଦୌ ସଚେତନ ନୁହନ୍ତି। ଆଉ ଏଭଳି ଅବହେଳା ଯୋଗୁ ନିଜ ସହିତ ଅନ୍ୟମାନଙ୍କ ଜୀବନକୁ ମଧ୍ୟ ବିପଦମୁଖକୁ ଠେଲି ଦେଉଛନ୍ତି। ନିକଟରେ ଏହାକୁ ନେଇ ଏକ ଅଜବ ଘଟଣା ଦେଖିବାକୁ ମିଳଛି କାଲିଫର୍ଣ୍ଣିଆର ଭେରିଜୋନ ଷ୍ଟୋରରେ। ଜଣେ ମହିଳା ବିନା ମାସ୍କରେ ମଲ୍‌ ଭିତରୁ ଯାଉଥିବା ସମୟରେ ତାଙ୍କୁ ବାରଣ କରାଯାଇଥିଲା। ଏହାକୁ ନେଇ ସେ ଖୁବ୍‌ ପାଟିତୁଣ୍ଡ କରିବା ସହ କ୍ରୋଧରେ ମଲ୍‌ ସମ୍ମୁଖରେ ପରିସ୍ରା କରିବାକୁ ବି ପଛାଇ ନ ଥିଲେ। ଷ୍ଟୋର ମାଲିକ ତାଙ୍କର ଏଭଳି କାର୍ଯ୍ୟରେ ଅତିଷ୍ଠ ହୋଇ ପୋଲିସକୁ ଡକାଇବାକୁ ବାଧ୍ୟ ହୋଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମହିଳାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।