ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ ଗୋଟିଏ ବାଇକ୍‌କୁ ଆଉ ଗୋଟିଏ ବାଇକ ଧକ୍କା ଦେଇ ଦ୍ରୁତଗତିରେ ଚାଲି ଯାଇଥିଲl। ଏହି ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହିବାଟ ଦେଇ ଯାଉଥିବା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀ, ପପୁ ପଣ୍ଡା ଓ ସଞ୍ଜୟଙ୍କ ସହ ମିଶ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ମହିଳାଙ୍କୁ ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ l ସେଠାରେ ଆୟୁଷ ଡାକ୍ତର ବନଜ କାନ୍ତ କର ଚିକିତ୍ସା କରିଥିଲେ। ମହିଳାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଫଳରେ ତୁରନ୍ତ ଯୁବ ସ୍ବେଚ୍ଛାସେବୀ ପାଢ଼ୀ ଆମ୍ବୁଲାନ୍ସ ଡାକି ଗୁରୁତର ମହିଳାଙ୍କୁ ବ୍ରହ୍ମପୁର ମେଡିକାଲକୁ ଅଧିକ ଚିକିତ୍ସା ନିମନ୍ତେ ପଠାଯାଇଛି। ବାରମ୍ବାର ଶନି ମନ୍ଦିର ଛକଠାରେ ଏହିଭଳି ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ଜଣାପଡ଼ିଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସ୍ଥାୟୀ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Share