ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।
ସୋମବାର ଅପରାହ୍ନରେ ପାର୍ୱତୀ ତାଙ୍କ ଜମି ନିକଟକୁ ଯାଇଥିବା ବେଳେ ବିଲୁଆ ତାଙ୍କୁ ଗୋଡ଼ାଇ ଗୋଡାଇ ତାଙ୍କ ଦୁଇ ହାତ, ଗୋଡ଼ ଏବଂ ଆଙ୍ଗୁଠିକୁ କାମୁଡ଼ି ଦେଇଥିଲା।
ମହିଳାଙ୍କ ଚିତ୍କାର ଶୁଣି ନିକଟ ଜମିରେ କାମ କରୁଥିବା ଚାଷୀ ଜି.କୈଳାସ ପାତ୍ର ଘଟଣାସ୍ଥଳକୁ ଦୌଡ଼ି ଆସି ମହିଳାଙ୍କୁ ଉଦ୍ଧାର କରିଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ଜଣାପଡିଛି।