Teenage girl with hand on windowsill wearing nail varnish 121330328 human fingernail, one teenage girl, one person, nail varnish, windowsill, hand, finger, copy space, window, indoors, female, girl, blue, turquoise, close-up, differential focus, adolescence, teenager, 13-14 years, portland, oregon, usa, horizontal, photography, color
କାବୁଲ,୨୪ ।୮: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରଠାରୁ ଏହାର କ୍ରୁରତା ସମ୍ପର୍କରେ ଖବର ଆସିବାରେ ଲାଗିଛି । ବିଶେଷ କରି ସୋସିଆଲ ମିଡିଆରେ ପ୍ରତିଦିନ ତାଲିବାନର କ୍ରୁରତା ଦଖାଯାଉଛି । ଏବେ ସେଠାରେ ପୁରୁଷଙ୍କୁ ଜିନ୍ସ ପିନ୍ଧିବାକୁ ମନା କରାଯାଇଥିବା ବେଳେ ମହିଳାଙ୍କୁ ନେଲ୍ ପଲିସ ଲଗାଇବାକୁ ବାରଣ କରାଯାଇଛି । ନିୟମ ନ ମାନିଲେ ଏହାର ସଜା ଭୋଗିବାକୁ ପଡିବ ବୋଲି ମଧ୍ୟ ସତର୍କ କରାଯାଇଥିବା କିଛି ଖବର ସୋସିଆଲ ମିଡିଆରେ ଘୁରି ବୁଲୁଛି । ‘ଦି ସନ୍’ର ରିପୋର୍ଟ ଅନୁଯାୟୀ, ଦୁଇଜଣ ସାଥି ଜିନ୍ସ ପିନ୍ଧି ଯାଉଥିବା ବେଳେ ସେମାନଙ୍କୁ ଅଟକାଇଥିଲା ତାଲିବାନ । ଜିନ୍ସ ଇସଲାମ ଧର୍ମର ଅପମାନ ବୋଲି କହି ସେମାନଙ୍କୁ ଭବିଷ୍ୟତରେ ଜିନ୍ସ ନ ପିନ୍ଧିବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ମହିଳାମାନେ ନେଲ ପଲିସ ପିନ୍ଧିଲେ ସେମାନଙ୍କ ଆଙ୍ଗୁଠି କାଟି ଦିଆଯିବ ବୋଲି କୁହାଯାଇଛି ।