ବାର୍‌ହା ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ, ଦୁଇ ଗୁରୁତର

ଜି.ଉଦୟଗିରି,୨୬।୧(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ କାନବାଗିରୀ-ଶ୍ରୀକଲା ଘାଟି ଅଞ୍ଚଳରେ ସୋମବାର ଏକ ଅଘଟଣ ଘଟିଛି। ବାର୍‌ହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୃତକ ହେଲେ କାନବାଗିରୀ ଗ୍ରାମର ଅପସରୀ ପ୍ରଧାନ(୬୦)। ଆହତମାନେ ହେଲେ ନିରଜିନୀ ପ୍ରଧାନ(୬୦) ଏବଂ ଡାକପାଲା ଗ୍ରାମର ସସ୍ମିତା ମଲ୍ଲିକ(୩୫)।

ମିଳିଥିବା ସୂଚନା ମୁତାବକ, କାନବାଗିରୀ ଗ୍ରାମର ଅପସରୀ ପ୍ରଧାନ(୬୦) ଓ ନିରଜିନୀ ପ୍ରଧାନ (୬୦) କାଠ ଆଣିବାକୁ ଶ୍ରୀକଲା ଘାଟି ଅଞ୍ଚଳକୁ ଯାଇଥିଲେ। ସେତିକିବେଳେ ଏକ ବାର୍‌ହା ଅତର୍କିତ ଭାବେ ସେମାନଙ୍କୁ ଆକ୍ରମଣ କରିଥିଲା। ଫଳରେ ଅପସରୀ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କାର୍ଯ୍ୟରତ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଅପସରୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଅପସରୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ସମ୍ପର୍କୀୟ ସୂଚନା ଦେଇଛନ୍ତି।

ଠିକ୍‌ ସେହିପରି ଡାକପାଲା ଗ୍ରାମ ନିବାସୀ ସସ୍ମିତା ମଲ୍ଲିକ(୩୫) ଓ ତାଙ୍କ ସ୍ବାମୀ ବାପି ମଲ୍ଲିକ ଜି.ଉଦୟଗିରିରୁ ବାଇକ୍‌ ଯୋଗେ ଗାଁକୁ ଫେରୁଥିଲେ। ହେଲେ ଶ୍ରୀକଲା ଘାଟି ନିକଟରେ ବାଇକ୍‌ ଖରାପ ହୋଇଯାଇଥିଲା। ବାପି ବାଇକ୍‌ ମରାମତି କରୁଥିବା ବେଳେ ଅତର୍କିତ ଭାବେ ଏକ ବାର୍‌ହା ଚାଲିଆସି ସସ୍ମିତାଙ୍କୁ ଆକ୍ରମଣ କରିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ହସ୍ପିଟାଲରେ ଦୁଇଜଣ ମହିଳାଙ୍କ ଚିକିତ୍ସା ଚାଲିଥିବା ଡାକ୍ତର ଅଶୋକ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବନ ବିଭାଗ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି କରା