ପୁରୁଷଙ୍କୁ ନେଇ ଏମିତି ଟୁଇଟ୍‌ କଲେ ମହିଳା, ଭୋଗିବାକୁ ପଡ଼ିଛି ୫ ମାସ ଜେଲ୍‌ ଦଣ୍ଡ

ତୁର୍କୀର ଜଣେ ମହିଳା ସୋସିଆଲ ମିଡିଆରେ ପୁରୁଷଙ୍କୁ ନେଇ ଏମିତି ଟୁଇଟ୍‌ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ୫ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିଛି। ମହିଳା ଜଣକ ପୁରୁଷଙ୍କୁ ନେଇ ଏକ ଟୁଇଟ୍‌ କରିଥିଲେ, ଯାହା ପୁରୁଷଙ୍କ ପାଇଁ ଅପମାନ ବୋଲି ଅଭିଯୋଗ ଉଠିଥିଲା।

୩୪ ବର୍ଷୀୟା ପିନାର ୟିଲ୍‌ଦିରିମ୍‌ କରିଥିବା ଟୁଇଟ୍‌ ପାଇଁ ୫ ମାସ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି ଜଜ୍‌। କୋର୍ଟ ପିନାରଙ୍କ ଟୁଇଟ୍‌ ପୁରୁଷଙ୍କ ପାଇଁ ଅପମାନସୂଚକ ବୋଲି କହିଥିଲେ। ଏହା ପରେ ତାଙ୍କୁ କୋର୍ଟ ପଠାଇବାକୁ ଆଦେଶ ଦେଇଥିଲେ।

ଅନ୍ୟପକ୍ଷରେ ପିନାର କୁହନ୍ତି, ମୁଁ ସେମିତି କିଛି ଟୁଇଟ୍‌ କରି ନ ଥିଲି। କେବଳ ମୁଁ ଲେଖିଥିଲି, ଆଇ ଷ୍ଟିଲ୍‌ ଲାଇକ୍‌ ମ୍ୟାନ୍‌। ମାତ୍ର ଏହାକୁ ଅଲଗା ଅର୍ଥରେ ନେଇ ମୋ ଉପରେ ଆରୋପ ଲଗାଇଥିଲେ। ଏହି ଟୁଇଟ୍‌କୁ ପୁରୁଷଙ୍କ ପାଇଁ ଅପମାନସୂଚକର ରୂପ ଦିଆଗଲା। ଯେଉଁଥିପାଇଁ ମାମଲା କୋର୍ଟକୁ ଗଲା ଆଉ ମୋତେ ଜେଲ୍‌ଦଣ୍ଡ ଶୁଣାଇ ଦିଆଗଲା।

ପିନାରଙ୍କ ସୋସିଆଲ ମିଡିଆରେ ଅନେକ ଫ୍ୟାନ୍‌ ଫଲୋଅର୍ସ ଅଛନ୍ତି। ସେ କେତେକ ବହି ମଧ୍ୟ ଲେଖିଛନ୍ତି।