Categories: Home Leftଖେଳ

ଏହି ଷ୍ଟାର ଫୁଟ୍‌ବଲ ଖେଳାଳିଙ୍କୁ ବ୍ଲାକ୍‌ମେଲ କରି ଜେଲଗଲେ ମହିଳା

ସିଓଲ,୮ା୧୨: ଫୁଟବଲ ଷ୍ଟାର ସନ୍‌ ହିଅଙ୍ଗ ମିନ୍‌ଙ୍କୁ ବ୍ଲାକ୍‌ମେଲ କରିଥିବା ଅଭିଯୋଗରେ ଦକ୍ଷିଣ କୋରିଆର ଏକ କୋର୍ଟ ଜଣେ ମହିଳାଙ୍କୁ ୪ବର୍ଷ ଜେଲ ଦଣ୍ଡ କରିଛି। ମହିଳା ଜଣଙ୍କୁ ଚିହ୍ନଟ କରାଯାଇଛି। ତାଙ୍କ ନାମ ୟାଙ୍ଗ୍‌ ବୋଲି ଜଣାପଡ଼ିଛି। ସେ ୟଙ୍ଗ ନାମକ ଜଣେ ପୁରୁଷ ବ୍ୟକ୍ତିଙ୍କ ସହ ମିଶି ଷଡ଼ଯନ୍ତ୍ର କରିଥିଲେ। ୟାଙ୍ଗ ୨୦୨୪ରେ ସନ୍‌ଙ୍କ ନିକଟକୁ ଏକ ଶିଶୁର ଏକ ଅଲ୍‌ଟ୍ରା ସାଉଣ୍ଡ ଫଟୋ ପଠାଇ ୩୦୦ ନିୟୁତ ଓନ୍‌ (୨୦୪,୦୦୦ ଡଲାର) ଟଙ୍କା ଦାବି କରିଥିଲେ।

ସୋମବାର ସିଓଲ ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟ କୋର୍ଟ କହିଛନ୍ତି, ୟାଙ୍ଗ୍‌ ସନ୍‌ଙ୍କୁ ମିଛ କହିଛନ୍ତି। ତାଙ୍କ ପେଟରେ କାହାର ସନ୍ତାନ ଥିଲା ତାହାର ପ୍ରାମାଣିକ ତଥ୍ୟ ସେ ଦେଇପାରି ନ ଥିଲେ। କୋର୍ଟ କହିଛନ୍ତି ୟାଙ୍ଗ୍‌ ବ୍ଲାକ୍‌ମେଲ କରି ଅର୍ଥ ଆଦାୟ ଉଦ୍ୟମକୁ ଅସ୍ବୀକାର କରିଛନ୍ତି। ସ୍ବୀକାର କରିଥିବା ୟଙ୍ଗଙ୍କୁ ୨ ବର୍ଷ ଜେଲ ଦଣ୍ଡ ହୋଇଛି। ୩୩ ବର୍ଷୀୟ ସନ୍‌ଙ୍କୁ ଏସିଆର ଅନ୍ୟତମ ମହାନ ଖେଳାଳି ବିବେଚନା କରାଯାଇଥାଏ।

ପ୍ରିମିୟର ଲିଗ୍‌ରେ ଟୋଟେନହାମ୍‌ ହଟ୍ସପୁର ଦଳ ପାଇଁ ଏକ ଦଶନ୍ଧି ଧରି ଖେଳିବା ପରେ ଦକ୍ଷିଣ କୋରିଆର ଏହି ଫୁଟ୍‌ବଲ ଷ୍ଟାର ଗତ ଅଗଷ୍ଟରେ ଏଲଏଏଫ୍‌ସିରେ ଯୋଗ ଦେଇଛନ୍ତି। ଦକ୍ଷିଣ କୋରିଆ ନ୍ୟୁଜ ଏଜେନ୍ସି ୟନହାପ୍‌ ଗତ ମେ’ ମାସରେ ଏକ ରିପୋର୍ଟରେ ଉଲ୍ଲେଖ କରିଥିଲା ଯେ, ଗତ ବର୍ଷ ଜୁନ୍‌ରେ ସନ୍‌ଙ୍କୁ ବ୍ଲାକମେଲ କରିଥିବା ଅଭିଯୋଗରେ ଜଣେ ୨୦ ବର୍ଷୀୟା ମହିଳା ଓ ଜଣେ ୪୦ ବର୍ଷୀୟ ପୁରୁଷ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି।