ଅନ୍‌ କରିବା ମାତ୍ରେ ହୁତୁହୁତୁ ହୋଇ ଜଳି ବ୍ଲାଷ୍ଟ ହେଲା ଗ୍ୟାସ୍‌ ଟାଙ୍କି, ପୋଡ଼ିଯାଇ ମହିଳା…

ଛତ୍ରପୁର, ୩୧।୮(ଦିଲୀପ ସାମଲ): ରୋଷେଇ କରିବାକୁ ଯାଇଥିବା ବେଳେ ଫାଟିଲା ଗ୍ୟାସ ଟାଙ୍କି। ପୋଡ଼ି ହୋଇ ଜଣେ ମହିଳା ଗୁରୁତର। ଏଭଳି ଏକ ଦୁର୍ଘଟଣା ରବିବାର ଛତ୍ରପୁର ବ୍ଲକ ଅନ୍ତର୍ଗତ ହଂସପୁର ଗ୍ରାମରେ ଘଟିଛି ।  ଗୁରୁତର ମହିଳା ଜଣଙ୍କ ହେଲେ ହଂସପୁର ଗ୍ରାମର ଈଶ୍ୱର ନାହାକଙ୍କ ଝିଅ ଭାରତୀ ବିଶ୍ୱାଳ। ତାଙ୍କୁ ପ୍ରଥମେ ମ୍ୟୁନିସିପେଣ୍ଠ ସ୍ବାସ୍ଥ୍ୟକେନ୍ଦ୍ର ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଗୁରୁତର ଭାରତୀ ତାଙ୍କ ମା’ଙ୍କ ଦେହ ଖରାପ ଥିବାରୁ ବାପଘରକୁ ଆସିଥିଲେ। ସେଠାରେ ରୋଷେଇ ଘର ଗ୍ୟାସ ଲିକେଜ ଥିବାରୁ ଗ୍ୟାସ ଅନ୍‌ କରିବା ପରେ ହଠାତ ଟାଙ୍କିରେ ନିଆଁ ଲାଗିଯାଇ ହୁତୁ ହୁତୁ ଜଳି ବ୍ଲାଷ୍ଟ ହୋଇଥିଲା। ଏଥିରେ ସେ ଗୁରୁତର ହେବା ସହ ଘର ପୋଡି ନଷ୍ଟ ହୋଇଯାଇଛି । ଏନେଇ ସୂଚନା ପାଇ ଛତ୍ରପୁର ଦମକଳ ବାହିନୀର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ନେଇ ସୂଚନା ଦେଇଛନ୍ତି ପୋଟଲାମପୁର ସମିତି ସଭ୍ୟ ଶମ୍ଭୁନାଥ ସ୍ବାଇଁ। ଦୁର୍ଘଟଣାରେ କ୍ଷତିଗସ୍ତ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ସହ ମହିଳାଙ୍କୁ ଉତ୍ତମ ଚିକିତ୍ସା କରିବା ନିମନ୍ତେ ସେ ଅନୁରୋଧ କରିଛନ୍ତି।

Share