ଟ୍ରେନ ଲାଇନ୍‌ ପାର୍‌ ହେଉଥିବାବେଳେ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ଘଟଣାସ୍ଥଳରେ…

ତିହିଡି଼,୧୫।୧(ସଞ୍ଜିତ ବଳ): ଭଦ୍ରକ-ଧାମରା ରେଳପଥର ପୀରହାଟ ଥାନା ଅଧୀନ ବିନ୍ଧାବଜାର ନିକଟରେ ଗୁରୁବାର ପୂର୍ବାହ୍ନରେ ଟ୍ରେନ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତା ମହିଳାଙ୍କ ନାଁ ଝୁନି ସାହୁ (୪୨)। ଘର କେନ୍ଦ୍ରାପଡ଼ା ଜିଲାରେ। ସେ ପୀରହାଟ ଥାନା ଅଧୀନ ଦୌଲତପୁର ଗ୍ରାମର ନିରଞ୍ଜନ ସାହୁଙ୍କ ଝିଅ ବୋଲି ଜଣାଯାଇଛି । ମହିଳା ଜଣକ ତାଙ୍କ ବାପଘର ଦୌଲତପୁର ଗ୍ରାମକୁ ବୁଲିବାକୁ ଆସିଥିଲେ। ପୂର୍ବାହ୍ନରେ ସେ ରେଳପଥ ପାରି ହେଉଥିବା ବେଳେ ଧାମରାରୁ ଭଦ୍ରକ ଅଭିମୁଖେ ଯାଉଥିବା ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଖବରପାଇ ଆଇଆଇସି ରୋଜାଲିନ ବେହେରା ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହକୁ ଜବତ କରିଥିବା ଜଣାଯାଇଛି ।

Dharitri – The Largest & Most Trusted Odia Daily

Share
Tags: odisha