Categories: ଜାତୀୟ

ହୋଟେଲରେ ମହିଳାଙ୍କୁ ଗଣବଳାତ୍କାର: ଭାଜପା ଓ୍ବାର୍ଡ ସାଧାରଣ ସମ୍ପାଦକଙ୍କ ସହ ସହଯୋଗୀ ଗିରଫ

ଅହମଦାବାଦ,୨୦ା୫: ଗୁଜରାଟର ସୁରଟ ସହରରେ ଜଣେ ୨୩ ବର୍ଷୀୟାଙ୍କୁ ପାନୀୟରେ ନିଶା ଦେଇ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଭାଜପାର ଓ୍ବାର୍ଡ ସାଧାରଣ ସମ୍ପାଦକ ଆଦିତ୍ୟ ଉପାଧ୍ୟାୟ ଏହି ଅପରାଧର ମୁଖ୍ୟ ଅଭିଯୁକ୍ତ ଥିବା ଜଣାପଡ଼ିଛି। ଉପାଧ୍ୟାୟ ମହିଳାଙ୍କୁ ନିଶା ଦେଇ ସଂଜ୍ଞାହୀନ କରିବା ପରେ କାର୍‌ରେ ନେଇ ଏକ ହୋଟେଲକୁ ଯାଇଥିଲେ। ସେଠାରେ ତାଙ୍କ ସହଯୋଗୀ ଗୌରବ ସିଂ ଅପେକ୍ଷା କରିଥିଲେ। ଉଭୟ ମହିଳାଙ୍କୁ ମାଡ଼ ମାରିବା ସହ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।

ସଂଜ୍ଞା ଫେରିବା ପରେ ମହିଳା ତୁରନ୍ତ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରିବା ସହ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଭାଜପା ତୁରନ୍ତ ଉପାଧ୍ୟାୟଙ୍କୁ ତାଙ୍କ ପଦବୀରୁ ନିଲମ୍ବନ କରିଛି।

Share