ମହିଳାଙ୍କୁ ଗଣବଳାତ୍କାର: ୫ ସମ୍ପର୍କୀୟ ଗିରଫ

ଦେବଗଡ,୨୫।୪(ଶଶାଙ୍କ ଶେଖର ଝାଙ୍କର): କୁଣ୍ଢେଇଗୋଳା ଥାନାଂଚଳର ଏକ ନିର୍ଦ୍ଦିଷ୍ଟ ଗ୍ରାମରେ ଘଟିଥିବା ଗଣବଳାତ୍କାର ଘଟଣାରେ କୁଣ୍ଢେଇଗୋଳା ଥାନା ପୋଲିସ ପୀଡିତାଙ୍କର ୫ ଜଣ ସମ୍ପର୍କୀୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, ଗତ ୧୯ ତାରିଖ ରାତ୍ରୀରେ କୁଣ୍ଢେଇଗୋଳା ଥାନାଂଚଳର ଉକ୍ତ ନିର୍ଦ୍ଦିଷ୍ଟ ଗ୍ରାମର ଜଣେ ବ୍ୟକ୍ତି(ଗୃହକର୍ତା)ଘରେ ଅନୁପସ୍ଥିତ ଥିବା ବେଳେ ତାଙ୍କର ଜଣେ ବନ୍ଧୁ ତାଙ୍କୁ(ଗୃହକର୍ତାଙ୍କୁ)ଡାକିବା ପାଇଁ ଆସିଥିଲେ। ତେବେ ଉକ୍ତ ବ୍ୟକ୍ତି ଜଣକ ଦୀର୍ଘ ସମୟ ଧରି ବାହାରକୁ ନ ବାହାରିବାରୁ ଉକ୍ତ ବ୍ୟକ୍ତି ସହିତ ଗୃହକର୍ତ୍ତାଙ୍କ ସ୍ତ୍ରୀ(ପୀଡିତା)ଙ୍କ ଅନୈତିକ ସମ୍ପର୍କ ରହିଥିବା ସନ୍ଦେହ କରି ଉକ୍ତ ଗ୍ରାମର( ପୀଡିତାଙ୍କ ସମ୍ପର୍କୀୟ) ବିନୋଦ ଖାଁଙ୍କ ପୁଅ ବିକାଶ ଖାଁ(୨୨) ଓ ରାକେଶ ଖାଁ, ଆନନ୍ଦ ଖାଁଙ୍କ ପୁଅ ସାମୁଏଲ ଖାଁ(୩୦) ଓ ସାହିଲ ଖାଁ(୧୯) ଓ ହିମାଦ୍ରୀ ଖାଁଙ୍କ ପୁଅ ମୁନା ଖାଁ(୨୩) ସମ୍ପୃକ୍ତ ବ୍ୟକ୍ତି(ଗୃକକର୍ତାଙ୍କ ବନ୍ଧୁ)ଙ୍କୁ ମାଡ ମାରିବା ସହ ଉକ୍ତ ମହିଳା( ଗୃହକର୍ତାଙ୍କ ସ୍ତ୍ରୀ)ଙ୍କୁ ନିସ୍ତୁକ ମାଡ ମାରିଥିଲେ।

କେବଳ ଏତିକି ନୁହେଁ, ଉକ୍ତ ମହିଳାଙ୍କ ଯୌନାଙ୍ଗରେ ମଧ୍ୟ କୌଣସି ଧାରୁଆ ସାମଗ୍ରୀ ପୁରାଇ ଦେଇଥିଲେ। ଫଳରେ ମହିଳାଙ୍କ ଗୁରୁତର ଆହତ ହୋଇଥିଲେ। ଉକ୍ତ ମହିଳାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଅନୁଗୋଳ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କ ସ୍ବାମୀ ୨୨ ତାରିଖ ଦିନ କୁଣ୍ଢେଇଗୋଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅଧାରରେ କୁଣ୍ଢେଇଗୋଳା ଥାନା ପୋଲିସ ଉପରୋକ୍ତ ୫ ଜଣଙ୍କ ବିରୋଧରେ ଗଣବଳାତ୍କାର ସମେତ ବିଭିନ୍ନ ଦଫାରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରିବା ସହ ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିଲା। ଗୁରୁବାର ସେମାନଙ୍କୁ କୋର୍ଟଚାଲଣ କରାଯାଇଥିବାବେଳେ ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଅଯାଇଛି । ଅନ୍ୟପକ୍ଷରେ ପୀଡିତା ମହିଳା ଜଣକ ଏବେ ମଧ୍ୟ ଅନୁଗୋଳ ଜିଲା ମୂକ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡଛି।