୨୬ ପର୍ଯ୍ୟଟକଙ୍କ ହତ୍ୟା ପ୍ରତିବାଦରେ କ୍ୟାଣ୍ଡେଲ ଶୋଭାଯାତ୍ରା

ରୁପ୍ରାରୋଡ ୨୫।୪ (ସଞ୍ଜିବ ଦାସ): ଦକ୍ଷିଣ ଭାରତର ପ୍ରମୁଖ ପର୍ଯ୍ୟଟନସ୍ଥଳ ଜମ୍ଭୁକଶ୍ମୀରସ୍ଥିତ ପହଲଗାମରେ ଇସଲାମିକ ଆତଙ୍କବାଦୀଙ୍କ ବର୍ବର ଆକ୍ରମଣରେ ୨୬ରୁ ଉଦ୍ଧର୍‌ବ ପର୍ଯ୍ୟଟକ ପ୍ରାଣ ହରାଇଥିବାବେଳେ ଅନେକ ଗୁରୁତର ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ଥାଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତେବେ ମୃତ ସମସ୍ତ ପର୍ଯ୍ୟଟକଙ୍କ ଅମର ଆତ୍ମାର ଶାନ୍ତି ସକାଶେ ଏବଂ ହିନ୍ଦୁତ୍ୱ ରକ୍ଷା ନିମନ୍ତେ ରୁପ୍ରାରୋଡ ନାଗରିକ ମଞ୍ଚ ତରଫରୁ ଏକ ବିରାଟ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଜଗନ୍ନାଥ
ମନ୍ଦିର ପ୍ରାଙ୍ଗଣରୁ ଶତାଧିକ ଯୁବ ପ୍ରେମୀ ହାତରେ କ୍ୟାଣ୍ଡେଲ ସହ ପ୍ଲାକାର୍ଡ ଧରି ପାକିସ୍ତାନ ମୁର୍ଦ୍ଦାବାଦ,ଆତଙ୍କବାଦୀଙ୍କ ମୂଳପୋଛ କରାଯାଉ,ହିନ୍ଦୁ ସୁରକ୍ଷା ଆମର ଦାବି ଆଦି ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରି ଥିଲେ। ସେଠାରେ ଅନୁଷ୍ଠିତ ଶୋକ ସଭାରେ ହିନ୍ଦୁଙ୍କ ଉପରେ ବର୍ବର କାଣ୍ଡ ଲିଭାଇ ଜୀବନ ନେଇଥିବା ଇସଲାମିକ ଆତଙ୍କବାଦୀ ମାନଙ୍କ ଉପରେ ଦୃଢରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କୁ ସମ୍ପୂର୍ଣ୍ଣ ମୂଳପୋଛ କରିଦେବା ପାଇଁ ଆମଦେଶର ସରକାର ପଦକ୍ଷେପ ନେବା ଜରୁରୀ ବୋଲି ନର୍ଲା ବ୍ଲକ ଅଧକ୍ଷ
ଦୁର୍ଗା ପ୍ରସାଦ ମହାନ୍ତି ବକ୍ତବ୍ୟ ରଖିଥିଲେ।

Share