କାଠ ବ୍ୟବସାୟୀଙ୍କ ଠାରୁ ଟଙ୍କା ମାଗିବା ପଡିଲା ମହଙ୍ଗା, ନିଲମ୍ବିତ ହେଲେ ମହିଳା ଫରେଷ୍ଟର

କେନ୍ଦୁଝର,୩।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ କାଠ ବ୍ୟବସାୟୀଙ୍କ ଠାରୁ ୬ ହଜାର ଟଙ୍କା ମାଗିବା ଘଟଣାରେ ବନ ବିଭାଗ ସୋମବାର ମହିଳା ଫରେଷ୍ଟର ସୁନୀତା ବାଗେଲଙ୍କୁ ନିଲମ୍ବିତ କରିଛି। ଟଙ୍କା ମାଗିବା ଓ ଟଙ୍କା ପାଇବା ନେଇ ହୋଇଥିବା କଥାବାର୍ତ୍ତାର ଅଡିଓ ଭାଇରାଲ ଭାଇରାଲ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାକୁ ନେଇ କେନ୍ଦୁଝର ଡିଏଫଓ କହିଛନ୍ତି, ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ। ଏହି କାର୍ଯ୍ୟାନୁଷ୍ଠନକୁ ନେଇ ବନବିଭାଗ ର ଦୁର୍ନୀତି ଗ୍ରସ୍ତ କର୍ମଚାରୀଙ୍କ ମଧ୍ୟରେ ପ୍ରମୁଖ ଚର୍ଚ୍ଚାର ବିଷୟ ହୋଇଛି।