ଟୋଲ୍‌ ପ୍ଲାଜା କର୍ମଚାରୀଙ୍କ ସହ ମହିଳାଙ୍କ ଘମାଘୋଟ ଲଢ଼େଇ, କେଶ ଟାଣି ଦୁହେଁ ଦୁହିଁଙ୍କୁ ପିଟିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ନାଶିକର ପିମ୍ପଲଗାଁ ଟୋଲ ପ୍ଲାଜାରେ ଦୁଇ ମହିଳାଙ୍କ ମଧ୍ୟରେ ହେଉଥିବା ଝଗଡ଼ା ଦେଖିବାକୁ ମିଳୁଛି। ସେମାନଙ୍କ ମଧ୍ୟରୁ ଜଣେ ଟୋଲ ପ୍ଲାଜାର କର୍ମଚାରୀ ଥିବାବେଳେ ଅନ୍ୟ ଜଣେ ଯାତ୍ରୀ ଥିବା ଜଣାପଡିଛି। ଭିଡିଓରେ ଦୁହେଁ ପରସ୍ପରର କେଶ ଧରି ଟଣା ଓଟରା ଓ ମାରପିଟ୍‌ ହେଉଛନ୍ତି। ଉପସ୍ଥିତ ଲୋକେ ଉଭୟଙ୍କୁ ଅଟକାଇବାକୁ ଚେଷ୍ଟା କରି ସୁଦ୍ଧା ପାରୁ ନାହାନ୍ତି। ତେବେ କେଉଁ କାରଣ ପାଇଁ ଉଭୟଙ୍କ ମଧ୍ୟରେ ଏଭଳି ଯୁଦ୍ଧ ଲାଗିଛି ତାହା ଜଣାପଡ଼ି ନାହିଁ।
ଭିଡିଓରେ ଦୁଇଜଣ ଶାଢ଼ୀ ପିନ୍ଧିଥିବା ମହିଳା ପରସ୍ପରକୁ ଦୁର୍ବ୍ୟବହାର କରିବା ଦେଖାଯାଇଛି। ମରାଠୀରେ ଚାଲିଥିବା ବିତର୍କ ମଧ୍ୟରେ ସେମାନଙ୍କ ମଧ୍ୟରୁ ଜଣେ ଶାଢ଼ୀ ଚିରିଦେବାକୁ ଧମକ ଦେଉଥିବା ଶୁଣିବାକୁ ମିଳିଛି। ଭିଡିଓ ଶେଷରେ ମହିଳା ହସ୍ତକ୍ଷେପ କରି ଉଭୟଙ୍କ ଝଗଡ଼ା ଭାଙ୍ଗୁଥିବା ନଜର ଆସିଛି। ଭିଡିଓକୁ ରାଜ୍‌ ମାଝି ନାମକ ଏକ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରାଯାଇଛି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।