ବିଲରେ ମହିଳାଙ୍କୁ ଚାପିଦେଲା ଟ୍ରାକ୍ଟର, ଆଉ ତା’ପରେ..

ବରଗଡ଼,୮।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନ ଦେଶ ପଥର୍ଲା ଗ୍ରାମରେ ଶନିବାର ଏକ ଅଘଟଣ ଘଟିଛି। ଟ୍ରାକ୍ଟର ଚାପାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ, ଉକ୍ତ ଗ୍ରାମର ଭାରତୀ ପ୍ରଧାନ। ବୁର୍ଲା ଭୀମସାର୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ପଥର୍ଲା ଗ୍ରାମରେ ଟ୍ରାକ୍ଟର ଯୋଗେ ଏକ ଜମିରେ ହଳ କରାଯାଉଥିଲା। ତେବେ ସେହି ଜମିକୁ ନେଇ ବିବାଦ ଲାଗି ରହିଥିବା ବେଳେ ଭାରତୀ ଜମିରେ ହଳ କରିବା ପାଇଁ ସେଠାରେ ପହଞ୍ଚି ଥିଲେ। ହେଲେ ସେଠାରେ ଟ୍ରାକ୍ଟର ତାଙ୍କୁ ଚାପି ଦେଇଥିଲା। ଏ ନେଇ ମୃତ ମହିଳାଙ୍କ ସମ୍ପର୍କୀୟ ବସୁଦେବ ଏତଲା ଦେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।