ପାଟଣା,୮।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ଶିବ ନାରାୟଣପୁର ଶାସନର ଜଣାଶୁଣା ଧର୍ମ ପରାୟଣ ମହିଳା ଇନ୍ଦୁମତି ଦାଶଙ୍କ ରବିବାର ସକାଳ ୮ରେ ସାଧୂପଡାସ୍ଥିତ ବାସଭବନରେ ଦେହାନ୍ତ ଘଟିଛି। ସେ ପାଟଣାର ଜଣାଶୁଣା ବ୍ୟବସାୟୀ ତଥା ସାମାଜିକ କର୍ମୀ ସ୍ବର୍ଗତ କୀର୍ତ୍ତନ ବିହାରୀ ଦାଶଙ୍କ ପତ୍ନୀ । ମୃତ୍ୟୁ ବେଳକୁ ତାଙ୍କୁ ୬୧ବର୍ଷ ବୟସ ହୋଇଥିଲା। ସେ ଜଣେ ଧର୍ମ ପରାୟଣ, ବନ୍ଧୁ ବତ୍ସଳ ଓ ଅତ୍ୟନ୍ତ ଅମାୟୀକ ଥିଲେ। ସ୍ବାମୀ କୀର୍ତ୍ତନ ବିହାରୀଙ୍କ ମୃତ୍ୟୁ ୭ମାସ ପରେ ତାଙ୍କର ଦେହାନ୍ତ ଘଟିଛି। ତାଙ୍କ ମତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସେ ମଧୁମେହ ଓ ଉଚ୍ଚ ରକ୍ତ ଚାପରୋଗରେ ପୀଡ଼ିତ ଥିଲେ। ମତ୍ୟୁ ଶଯ୍ୟାନିକଟରେ ବଡ ପୁଅ ବିବେକାନନ୍ଦ, ସାନ ପୁଅ ଅରବିନ୍ଦ, ବଡ ବୋହୂ ସ୍ବପ୍ନାରାଣୀ, ସାନ ବୋହୁ ଚନ୍ଦ୍ରାବତୀ , ନାତୁଣୀ, ନାତି ଉପସ୍ଥିତ ଥିଲେ। ବଡ ପାଟଣା ସରପଞ୍ଚ ବିନତି ବାନରା, କଂଗ୍ରେସ ନେତା ଲକ୍ଷ୍ମଣ ଦାଶ, ସାମାଜିକ କର୍ମୀ ଅଜୟ କୁମାର ଦାଶ, ଅରୁଣ କୁମାର ମିଶ୍ର,ସନାତନ ଦାଶ, ଅଜିତ ଦାଶ ପ୍ରମୁଖ ଶେଷ ଦର୍ଶନ କରିବା ସହ ଶୋକ ପ୍ରକାଶ କରିଛନ୍ତି। ଅନ୍ତିମ ଦର୍ଶନ ପାଇଁ ତାଙ୍କ ମର ଶରୀର ସାଧୁପଡ଼ାସ୍ଥିତ ବାସ ଭବନରେ ରଖାଯାଇଛି। ସାରେ ପାଟଣା ବୈତରଣୀ ନଦୀ ଶ୍ମଶାନରେ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ପ୍ରକାଶ ପାଇଛି।