ଭୋପାଳ୨୬ା୫: ଦିଲ୍ଲୀର ବୀଭତ୍ସ ନିର୍ଭୟା ମାମଲାର ପୁନରାବୃତ୍ତି ମଧ୍ୟପ୍ରଦେଶର ଖଣ୍ଡଓ୍ବା ଜିଲାରେ ଦେଖିବାକୁ ମିଳିଛି। ରୋଶନି ଚୌକି ଅଞ୍ଚଳରେ ଜଣେ ୪୫ ବର୍ଷୀୟା ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର ପରେ ବଳାତ୍କାରୀମାନେ ତାଙ୍କ ଯୌନାଙ୍ଗରେ ଲୁହାରଡ୍ ପୂରାଇ ଗର୍ଭାଶୟକୁ ବାହାର କରିଦେଇଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଗଣବଳାତ୍କାର ଘଟିଥିବାବେଳେ ଶନିବାର ଦ୍ୱିପ୍ରହରରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ପୋଲିସ ୨ ଅଭିଯୁକ୍ତ ହରି ପଲ୍ଭି ଏବଂ ସୁନୀଲ ଧୁର୍ବେଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ଅଭିଯୁକ୍ତମାନେ ମହିଳାଙ୍କ ପଡ଼ୋଶୀ ବୋଲି ଜଣାପଡ଼ିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଖଣ୍ଡଓ୍ବା ଜିଲା ହସ୍ପିଟାଲକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ଅଧିକ ତଥ୍ୟ ଜଣାପଡ଼ିବ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ଏହି ବର୍ବର ଅତ୍ୟାଚାର ଆଦିମ ଯୁଗର ଜଙ୍ଗଲ ରାଜ୍କୁ ଟପିଯାଇଥିବା ରାଜ୍ୟ କଂଗ୍ରେସ ସଭାପତି ଜିତୁ ପଟଓ୍ବାରୀ କହିଛନ୍ତି। ଆଇନ ପ୍ରତି ଲୋକଙ୍କ ମନରେ ଭୟ ତୁଟିଗଲେ ଏଭଳି ଚରମ ଦୁଃସାହସ ଦେଖାଇଥାନ୍ତି। ମହିଳାଙ୍କ ପ୍ରତି ଅତ୍ୟାଚାର ଏଭଳି ସ୍ତରରେ ପହଞ୍ଚତ୍ଥିଲେ ମଧ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ପଟଓ୍ବାରୀ ଏକ୍ସ’ରେ ଲେଖିଛନ୍ତି।
ସୂଚନାନୁଯାୟୀ, ମହିଳାଙ୍କର ୨୦ ଏବଂ ୨୨ ବର୍ଷ ବୟସର ୨ ପୁଅ ଅଛନ୍ତି। ଗାଁର ଏକ ବିବାହ ଉତ୍ସବରେ ଯୋଗଦେବା ଲାଗି ମହିଳା ଜଣଙ୍କ ଶୁକ୍ରବାର ସନ୍ଧ୍ୟାରେ ପଡ଼ୋଶୀ ହରିଙ୍କ ସହ ଘରୁ ବାହାରିଯାଇଥିଲେ। ବାହାଘର ଉତ୍ସବ ପରେ ବିଳମ୍ବିତ ରାତିରେ ହରି ମହିଳାଙ୍କୁ ନେଇ ନିଜ ଘରକୁ ଯାଇଥିଲେ। ସେଠାରେ ସୁନୀଲ ପହଞ୍ଚତ୍ବା ପରେ ତିନିହେଁ ମଦ ପିଇଥିଲେ। ପରେ ଅଭିଯୁକ୍ତ ଦ୍ୱୟ ମହିଳାଙ୍କୁ ବଳାତ୍କାର କରିବା ସହ ନିର୍ଯାତନା ଦେଇ ତାଙ୍କ ଗୁପ୍ତାଙ୍ଗକୁ ନଷ୍ଟ କରିଦେଇଥିଲେ। ଶନିବାର ସକାଳେ ୨ ପୁଅ ମହିଳାଙ୍କୁ ପଡ଼ୋଶୀଙ୍କ ଘର ନିକଟରେ ସଂଜ୍ଞାହୀନ ଅବସ୍ଥାରେ ପଡ଼ିଥିବା ଦେଖି ନିଜ ଘରକୁ ଆଣିଥିଲେ। ତେବେ ସେମାନେ କିମ୍ବା ଗ୍ରାମବାସୀ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇ ନ ଥିଲେ। ଅପରାହ୍ନ ୨ଟା ସୁଦ୍ଧା ମହିଳାଙ୍କ ମୃତ୍ୟୁ ଘଟିବାରୁ ପୋଲିସକୁ ଖବର କରାଯାଇଥିଲା। ସକାଳେ ଖବର ପାଇଥିଲେ ଡାକ୍ତରୀ ଚିକିତ୍ସାକ୍ରମେ ମହିଳାଙ୍କ ଜୀବନ ବଞ୍ଚାଯାଇପାରିଥାନ୍ତା ବୋଲି ପୋଲିସ କହିଛି।