Categories: ଜାତୀୟ

Viseo: ୨ ମିନିଟ ନାଚିବା ପରେ ହୃଦ୍‌ଘାତରେ ଯୁବତୀଙ୍କ ମୃତ୍ୟୁ

ବିଦିଶା, ୧୦।୨: ମଧ୍ୟପ୍ରଦେଶର ବିଦିଶାରେ ଜଣେ ୨୩ ବର୍ଷୀୟା ଯୁବତୀ ଷ୍ଟେଜ୍‌ରେ ଡ୍ୟାନ୍ସ କରିବା ସମୟରେ ହଠାତ ତଳେ ପଡ଼ିଯାଇଥିଲେ। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଛି। ସେ ନିଜ ସମ୍ପର୍କୀୟ ଭଉଣୀଙ୍କ ବିବାହ ଉତ୍ସବରେ ନାଚୁଥିବାବେଳେ ଏହି ଅଘଟଣ ଘଟିଛି।

ଯୁବତୀ ଜଣକ ଇନ୍ଦୋର ନିବାସୀ ହୋଇଥିବାବେଳେ ସେ ବିବାହ ଉତ୍ସବରେ ଯୋଗଦେବା ପାଇଁ ବିଦିଶା ଆସିଥିଲେ। ବିବାହ ଉତ୍ସବ ପାଇଁ ସଜ୍ଜିତ ଷ୍ଟେଜ୍‌ରେ ଲୋକପ୍ରିୟ ‘ବଡ଼ି ମୁସ୍କିଲ’ ଏବଂ ‘ଶରାରା ଶରାରା’ ଗୀତରେ ସେ ନାଚୁଥିଲେ।

ପ୍ରାୟ ୨ ମିନିଟ ଧରି ନାଚିବା ପରେ ହଠାତ୍‌ ଯୁବତୀ ଜଣକ ତଳେ ପଡ଼ି ବେହୋସ ହୋଇଯାଇଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ହୃଦ୍‌ଘାତରେ ଉକ୍ତ ଯୁବତୀଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଘୋଷଣା କରିଥିଲେ। ଯୁବତୀ ଜଣକ ନାଚି ନାଚି ହଠାତ୍‌ ବେହୋସ ହୋଇ ତଳେ ପଡ଼ିଯିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share