ମୁମ୍ବାଇ,୬।୩: ଟି୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକ ରୋମାଞ୍ଚକର ମୁକାବିଲା ହୋଇଥିଲା। ଟିମ ଇଣ୍ଡିଆ ଏକ ଚମତ୍କାର ପ୍ରଦର୍ଶନ କରି ଇଂଲଣ୍ଡକୁ ୭ ରନରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଥିଲା। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ ଦେଖିବା ପାଇଁ ଅନେକ କ୍ରିକେଟ ବ୍ୟକ୍ତିତ୍ୱ ଏବଂ ସେଲିବ୍ରିଟି ଉପସ୍ଥିତ ଥିଲେ। ଷ୍ଟାଣ୍ଡରେ ବସିଥିବା ଏମଏସ ଧୋନୀ ଏବଂ ତାଙ୍କ ପତ୍ନୀ ସାକ୍ଷୀ ଧୋନୀଙ୍କ ଏକ ମଜାଦାର ମୁହୂର୍ତ୍ତ କ୍ୟାମେରାରେ କଏଦ ହୋଇଥିଲା। ଭିଡିଓଟି ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି।
ମାତ୍ର ୬ ବଲ୍ରେ ମ୍ୟାଚ୍ର ମୋଡ଼ ବଦଳାଇଦେଲେ ବୁମ୍ରା: ପରାଜୟ ମୁହଁରୁ ଭାରତକୁ ଆଣିଲେ ଟାଣି
ଭାରତ-ଇଂଲଣ୍ଡ ସେମିଫାଇନାଲ ମ୍ୟାଚ୍ରେ ଇଂଲଣ୍ଡ ଟାର୍ଗେଟ ପିଛା କରୁଥିଲାବଳେ ୧୮ତମ ଓଭରରେ ଜସପ୍ରୀତ ବୁମରା ବୋଲିଂ କରୁଥିଲେ। ଇଂଲଣ୍ଡ ବ୍ୟାଟସମ୍ୟାନ ସାମ କରନ ଆଗ ବାଉଣ୍ଡ୍ରୀ ଆଡକୁ ଏକ ସଟ ଖେଳିଥିଲେ। ବୁମରା ଫଲୋ-ଥ୍ରୁରେ ବଲ୍କୁ ଅଟକାଇଥିଲେ। ଏହି ସମୟରେ ଷ୍ଟାଣ୍ଡରେ ବସିଥିବା ସାକ୍ଷୀ ଭାବିଥିଲେ ଯେ, ବୁମରା ଏକ ଚମତ୍କାର କ୍ୟାଚ ନେଇଛନ୍ତି। ସେ ତାଙ୍କ ସିଟ୍ରେ ଡେଇଁ ପଡ଼ି ଖୁସିରେ ସେଲିବ୍ରେଶନ୍ କରିବାକୁ ଲାଗିଲେ। ତଥାପି, ବଲ ପ୍ରକୃତରେ ବୁମରାହଙ୍କ ହାତରେ ପହଞ୍ଚିବା ପୂର୍ବରୁ ପଡିଆକୁ ଛୁଇଁଥିଲା, ଅର୍ଥାତ୍ ଉଇକେଟ ପଡ଼ି ନ ଥିଲା। ଏମଏସ ଧୋନୀ, ସାକ୍ଷୀଙ୍କ ପଛରେ ଠିଆ ହୋଇ ତାଙ୍କୁ ହସି ହସି ତାଙ୍କୁ ଶାନ୍ତ ହେବାକୁ ଇଙ୍ଗିତ କରିଥିଲେ। ଧୋନୀ-ସାକ୍ଷୀଙ୍କ ମଜାଦାର ପ୍ରତିକ୍ରିୟା ଦେଖି ପାଖରେ ଥିବା ସମସ୍ତେ ହସି ଉଠିଥିଲେ। ଷ୍ଟାଡିୟମ ରୁମରେ କଏଦ ହୋଇଥିବା ଏହି ମୁହୂର୍ତ୍ତଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।