Categories: Home Leftଖେଳ

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ଅଧିନାୟକ ହେବେ ରୋହିତ! ବାଦ୍ ପଡ଼ିଲେ ଗିଲ୍

ମୁମ୍ବାଇ,୧୮।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଦିନିକିଆ ସିରିଜ୍ ପୂର୍ବରୁ ଭାରତୀୟ ଦଳ ଏକ ବଡ଼ ନେତୃତ୍ୱ ସଙ୍କଟ ଦେଇ ଗତି କରୁଛି। ନିୟମିତ ଅଧିନାୟକ ଶୁଭମନ ଗିଲ୍ ବେକରେ ଆଘାତ ଯୋଗୁଁ ଆଗାମୀ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରୁ ବାଦ୍ ପଡ଼ିବାର ସମ୍ଭାବନା ରହିଛି। ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟରୁ ମଧ୍ୟ ବାଦ୍ ପଡ଼ିବେ ବୋଲି କୁହାଯାଉଛି।

ଗିଲ୍ ବାଦ୍ ପଡ଼ିଲେ ଏବଂ ଉପ-ଅଧିନାୟକ ଶ୍ରେୟସ ଆୟର ଆହତ ଥିବାରୁ, ବର୍ତ୍ତମାନ କେ.ଏଲ୍. ରାହୁଲ୍ ଏବଂ ଟେଷ୍ଟ ଉପ-ଅଧିନାୟକ ଋଷଭ ପନ୍ତ ଅଧିନାୟକ ଦୌଡ଼ରେ ଆଗରେ ରହିଛନ୍ତି।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଅଧିନାୟକତ୍ୱର ଅଭିଜ୍ଞତା ଏବଂ ଦଳରେ ବରିଷ୍ଠତା ଯୋଗୁଁ କେ.ଏଲ୍. ରାହୁଲ୍ ଦିନିକିଆ ସିରିଜ୍‌ରେ ଦଳର ନେତୃତ୍ୱ ନେବାର ଅଧିକ ସମ୍ଭାବନା ରହିଛି।

ନଭେମ୍ବର ୩୦ (ରାଞ୍ଚି), ଡିସେମ୍ବର ୩ (ରାୟପୁର), ଏବଂ ଡିସେମ୍ବର ୬ (ବିଶାଖାପାଟଣା)। ଡିସେମ୍ବର ୯ରୁ ୧୯ ପର୍ଯ୍ୟନ୍ତ କଟକ ସମେତ ପାଞ୍ଚଟି ସ୍ଥାନରେ ଖେଳାଯିବ।

ଆହତରୁ ସୁସ୍ଥ ହେବା ପରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବୀନ୍ଦ୍ର ଜାଡେଜା ଦିନିକିଆ ସିରିଜ୍‌ରେ ଦଳକୁ ଫେରିବାର ସମ୍ଭାବନା ରହିଛି। ସିରିଜ୍ ପୂର୍ବରୁ ଚୟନକର୍ତ୍ତାମାନେ ଶୀଘ୍ର ନୂଆ ଅଧିନାୟକଙ୍କ ନାମ ଘୋଷଣା କରିବେ ବୋଲି ଆଶା କରାଯାଉଛି।

Share