ସୁନାମ ଅର୍ଜନ କରିଥିବା କୃତି ଛାତ୍ରୀଛାତ୍ରଙ୍କ ଉଜ୍ଜଳ ଭବିଷ୍ୟତ କାମନା

ଦିଗପହଣ୍ଡି,୨୩।୫ (ଅଶେଷ ନାଥ ମିଶ୍ର) ମାଟ୍ରିକ ପରୀକ୍ଷାରେ କୃତିତ୍ବ ଅର୍ଜନ କରି ଦିଗପହଣ୍ଡି ପାଇଁ ସୁନାମ ଅର୍ଜନ କରିଥିବା କୃତି ଛାତ୍ରୀଛାତ୍ରମାନଙ୍କୁ ସ୍ଥାନୀୟ ଏନଏସି କାର୍ଯ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏନଏସି କାର୍ଯ୍ୟାଳୟ ସଭାଗୃହ ଠାରେ ଆୟୋଜିତ ସତନ୍ତ୍ର କାର୍ଯ୍ୟକ୍ରମରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼. ଅଶୋକ କୁମାର କର୍ଣ୍ଣ ଅଧ୍ୟକ୍ଷତା କରିଥିଲେ। ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଉପସ୍ଥିତ ସମସ୍ତ ଛାତ୍ରୀଛାତ୍ରଙ୍କ ମଙ୍ଗଳ କାମନା କରିବାସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।ଏହି କାର୍ଯ୍ୟକ୍ରମରେ କାଉନସିଲର ଦୀପକ କୁମାର ମିଶ୍ର,ନୀଳମାଧବ ଗୌଡ଼,ସୁନୀଲ କୁମାର ପଣ୍ଡା, ସନ୍ତୋସିନି ବେହେରା,କାଉନସିଲର ପ୍ରତିନିଧି ରମେଶ ଚନ୍ଦ୍ର ଜେନା, ଇ.ଶଙ୍କର,ବରିଷ୍ଠ କିରାଣି ରାଜ କିଶୋର ରଥ,ଶିକ୍ଷକ କାଳୁ ଚରଣ ପାଣିଗ୍ରାହୀ, ଏନଏସି କର୍ମଚାରୀ ବୃନ୍ଦ ଏବଂ ବହୁ ସଂଖ୍ୟକ ଅଭିଭାବିକା ଅଭିଭାବକ ଉପସ୍ଥିତ ଥିଲେ।

 

Share