ଖଜୁରିପଡ଼ା, ୧୫ା୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ୍ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତର ପ୍ରଭାବ ବେଶୀ ଅନୁଭୂତ ହେଉଛି। ଶୀତ ସାଙ୍ଗକୁ ଘନ କୁହୁଡ଼ି ଯୋଗୁ ଲୋକମାନେ ସକାଳ ୧୦ଟା ପର୍ଯ୍ୟନ୍ତ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ପୋଉଁଛନ୍ତି। ସା ହେଲେ ବଜାରଘାଟ ଶୂନ୍ଶାନ ହୋଇଯାଉଛି। ଖଜୁରିପଡ଼ାରେ ତାପମାନ ଯନ୍ତ୍ର ନ ଥିବାରୁ ଏଠାରେ ଶୀତ, ବର୍ଷା, ଗରମ ବିଷୟରେ କୌଣସି ତଥ୍ୟ ଜଣା ପଡୁନାହିଁ। ଜିଲାରେ ଅନେକ ବ୍ଲକ୍ରେ ତାପମାନ ଯନ୍ତ୍ର ଥିବା ଯୋଗୁ କେତେ ଡିଗ୍ରୀ ଗରମ, ଶୀତ, ବର୍ଷା ହେଲା ଜଣା ପଡ଼ୁଛି। ସେ ସବୁର ରିପୋର୍ଟ ସରକାର ପାଖକୁ ଯାଇଛି। ହେଲେ ଖଜୁରିପଡ଼ାର ରିପୋର୍ଟ ସରକାରଙ୍କ ପାଖରେ ପହଞ୍ଚତ୍ ପାରୁନାହିଁ। କେବଳ ଆନୁମାନିକ ଶୀତ, ଗରମ ଓ ବର୍ଷା ଆକଳନ କରାଯାଉଛି। ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ତାପମାନ ଯନ୍ତ୍ର ବସାଇବାକୁ ଦାବି ହେଉଛି।