ଦାରିଙ୍ଗବାଡି, ୫।୧୨ (ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଶୀତର ପ୍ରଭାବ ଜାରି ରହିଛି। ଶୁକ୍ରବାର ତାପମାତ୍ରାରେ ଆହୁରି ହ୍ରାସ ପାଇଛି। ଉକ୍ତ ଅଞ୍ଚଳରେ ତାପମାତ୍ରା ସକାଳ ସୁଦ୍ଧା ୮.୫ ଡିଗ୍ରୀ ତାପମାତ୍ରା ରହିଥିବା ବିଡ଼ିଓ ପ୍ରୀତିରଞ୍ଜନ ରଥ କହିଛନ୍ତି। ଗୁରୁବାର ବିଳମ୍ବିତ ରାତିଠାରୁ ଶୁକ୍ରବାର ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡି ଯୋଗୁ ଗାଡି ମୋଟର ଯାତାୟାତ ବାଧାପ୍ରାପ୍ତ ହୋଇଛି।