ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା ଶୀତ ମହୋତ୍ସବ କମିଟିର ସମ୍ପାଦକ ପ୍ରୀତି ରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ କମିଟିର କୋଷଧ୍ୟକ୍ଷ ତଥା ତହସିଲଦାର ଧୀରଜ ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ ପ୍ରମୁଖ ମଞ୍ଚାସିନ ରହି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଓ ନିଷ୍ପତି ଗ୍ରହଣ କରିଥିଲେ।

ଶୀତ ମହୋତ୍ସବ ଆସନ୍ତା ଜାନୁଆରୀ ୮ ରୁ ୧୧ ପର୍ଯ୍ୟନ୍ତ ୪ ଦିନ ଧରି ବଡ଼ ଧରଣର ଓ ଉତ୍ସବ ମୁଖର ଭାବେ ପାଳନ କରାଯିବ। ଦୈନିକ ହଜାର ହଜାର ଦର୍ଶକ, ପର୍ଯ୍ୟଟକ ଦାରିଙ୍ଗବାଡିରେ ସେହି ସମୟରେ ଭିଡ଼ ହେବାକୁ ରହିଥିବାରୁ ପୋଲିସ ପ୍ରଶାସନ ଏହାକୁ ସମ୍ପୂର୍ଣ୍ଣ ଶାନ୍ତି ପୂର୍ଣ୍ଣ ଭାବେ ତଦାରଖ କରି ଲୋକଙ୍କୁ ଯାତାୟାତ ଓ ଶୀତ ମହୋତ୍ସବ ପଡିଆରେ ସମସ୍ତ ସୁରକ୍ଷା ଯୋଗାଇଦେବାକୁ ଆଲୋଚନା ହୋଇଥିଲା। ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମେଲୋଡି, ଲୋକନୃତ୍ୟ, ଓଡିଶୀ, ସମ୍ବଲପୁରୀ ନୃତ୍ୟ ଆଦି କରାଯିବା ଓ କବିତା ସହ ସାହିତ୍ୟ ଆଲୋଚନା ଆଦି ଆଲୋଚନା ଚକ୍ର ଆଦି କରାଯିବ ସେହିପରି ଏହି କାର୍ଯ୍ୟକ୍ରମକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବା କାର୍ଯ୍ୟକ୍ରମ ରହିଥିବା ବେଳେ ବିଭିନ୍ନ ବିଭାଗର ମନ୍ତ୍ରୀଙ୍କ ଯୋଗଦାନ ସମ୍ଭାବନା ରହିଥିବାରୁ ମହୋତ୍ସବଟି ଆହୁରି ଆଦୃତ ଓ ଲୋକାଭିମୁଖୀ ହୋଇପାରିବ ବୋଲି ବୈଠକରେ କୁହାଯାଇଥିଲା। ମହୋତ୍ସବକୁ ସୁପରିଚାଳନା ପାଇଁ ବିଭିନ୍ନ ଉପ କମିଟି ଗଠନ କରାଯାଇ ଦାୟିତ୍ୱ ବଣ୍ଟନ କରାଯାଇଥିଲା। କମିଟିରେ ରହିଥିବା ସମସ୍ତ ସଦସ୍ୟ ସଠିକ ଭାବେ ନିଜର ଦାୟିତ୍ୱ ସମ୍ପର୍ଣ୍ଣ କରିବାକୁ କୁହାଯାଇଥିଲା। ମହୋତ୍ସବ କିଭଳି ସଫଳତାର ସହ ସମ୍ପୂର୍ଣ୍ଣ ହୋଇ ପାରିବେ ସେନେଇ ଆଲୋଚନା ହୋଇଥିଲା। ବୈଠକରେ ବଣିକସଙ୍ଘ, ହୋଟେଲ ସଙ୍ଘ ସମେତ ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ବିଭିନ୍ନ ଦଳୀୟ କର୍ମକର୍ତ୍ତା ଙ୍କ ସମେତ ଗ୍ରାମବାସୀ ଯୋଗଦେଇଥିଲେ।

 

Dharitri – Odisha’s No.1 Odia Daily