ଅସହାୟଙ୍କୁ ସାହା ‘ୟୁସେ ସଂଗଠନ’: ବୁଦ୍ଧିଜୀବୀଙ୍କ ପ୍ରଶଂସା

ପରଜଙ୍ଗ,୨।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ବିଭିନ୍ନ ବସ୍ତି,ସାହି ମାନଙ୍କରେ ନୂତନ ବର୍ଷର ପ୍ରଥମ ଦିବସରେ ୟୁଥ ୟୁନାଇଟେଡ଼ ଫୋର୍‌ ସଷ୍ଟେନେବ୍ଲ୍ୟୁ ଏନଭର୍ଣ୍ଣମେଣ୍ଟ ଟ୍ରଷ୍ଟ ପକ୍ଷରୁ ଅସହାୟ ଗରିବ ମହିଳା ପୁରୁଷ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ ହୋଇଛି। ଚଳିତ ଶୀତ ପ୍ରବାହ କୁ ଦୃଷ୍ଟିରେ ରଖି ଆମ୍ବପଳାଶ ପଞ୍ଚାୟତର ଆଦିବାସୀ ଅଧ୍ୟ୍ୟୁଷିତ ଜାମ୍ବୁନାଳି ଗ୍ରାମ ଓ କଳଦା ପଞ୍ଚାୟତ ସିଂହଡା ଗ୍ରାମର ଅନୁସୂଚିତ ସାହିରେ ଟ୍ରଷ୍ଟର ସଦସ୍ୟ ସତ୍ୟନାରାୟଣ ସାମଲ, ଖଗେଶ୍ବର ଭୂତିଆ,ପପୁ ସାହୁ,ପୂଜାରାଣୀ ଭୁକ୍ତାଙ୍କ ସମେତ ଅମରେନ୍ଦ୍ର ଦାସ, ଶାନ୍ତନୁ ଭୁକ୍ତା ପ୍ରମୁଖ ଉପସ୍ଥିତ ରହି ଶୀତବସ୍ତ୍ର ବଣ୍ଟନ କରିଛନ୍ତି। ଏହିପରି ସାମାଜିକ କାର୍ଯ୍ୟ ଜାରି ରହିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ଏହାକୁ ବୁଦ୍ଧିଜୀବୀମାନେ ବେଶ ପ୍ରଶଂସା କରିଛନ୍ତି ।

 

Dharitri – Odisha’s No.1 Odia Daily

 

Share