Categories: ଖେଳ

ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ୍‌: ତୃତୀୟ ରାଉଣ୍ଡରେ ଜୋକୋଭିଚ୍‌

ଓ୍ବିମ୍ବେଲେଡନ, ୧।୭: ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତ ଟପ୍‌ ସିଡ୍‌ ସର୍ବିୟାର ନୋଭାକ ଜୋକୋଭିଚ୍‌ । ବୁଧବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡ ମୁକାବିଲରେ ସେ ଦକ୍ଷିଣ ଆଫ୍ରିକାର କେଭିନ ଆଣ୍ଡରସନଙ୍କୁ ୬-୩, ୬-୩, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ସ୍ପେନର ପାବ୍ଲୋ ଆଣ୍ଡୁଜାର ନ ଖେଳିବାରୁ ଓ୍ବାକଓଭର ପାଇ ଦଶମ ସିଡ୍‌ କାନାଡାର ୨୨ ବର୍ଷୀୟ ଡେନିସ ଶାପୋଭାଲୋଭ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅନ୍ୟ ଏକ ପ୍ରଥମ ରାଉଣ୍ଡ ମ୍ୟାଚରେ ମିକାୟେଲ ଆମିର ୭-୫, ୬-୭(୪/୭), ୫-୭, ୬-୪, ୬-୩ ସେଟ୍‌ରେ ଜୋ ଓ୍ବିଲ୍‌ଫ୍ରେଡ୍‌ ସୋଙ୍ଗାଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ତେବେ କେଇ ନିଶିକୋରି ୬-୪, ୬-୪, ୬-୪ ସେଟ୍‌ରେ ଆଲେକ୍ସି ପୋପିରିନଙ୍କୁ ହରାଇ ଆଗକୁ ବଢ଼ିଛନ୍ତି। ମହିଳା ସିଙ୍ଗଲ୍ସରେ ଏଲିସେ ମେର୍ଟେନ୍ସ ୬-୨, ୬-୦ ସେଟ୍‌ରେ ଝୁ ଲିନ୍‌ଙ୍କୁ ହରାଇ ତୃତୀୟ ରାଉଣ୍ଡରେ ପହଞ୍ଚତ୍ଛନ୍ତି। ଭିକ୍ଟୋରିଆ ଆଜାରେଙ୍କା ୬-୧, ୬-୩ ସେଟ୍‌ରେ କାଟେରିନା କୋଜଲୋଭାଙ୍କୁ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି କାଟରିନା ସିନିକୋଭା ୬-୧, ୬-୦ ସେଟ୍‌ରେ ଓ୍ବାଙ୍ଗ୍‌ ୟାଫାନଙ୍କୁ ହରାଇ ପ୍ରଥମ ରାଉଣ୍ଡ ଅତିକ୍ରମ କରିଛନ୍ତି। ସେହିପରି ଏଲିନା ସ୍ବିତୋଲିନା ୬-୩, ୨-୬, ୬-୩ ସେଟ୍‌ରେ ଆଲିସନ ଭାନ୍‌ ଉଭାନକ୍‌ଙ୍କୁ ଏବଂ କ୍ରିଷ୍ଟିନା ପ୍ଲିସ୍‌କୋଭା ୩-୬, ୬-୪, ୬-୪ ସେଟ୍‌ରେ ଆଷ୍ଟ୍ରା ଶର୍ମାଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏଲିନା ଭେସନିନା ୭-୫, ୬-୧ ସେଟ୍‌ରେ ମାର୍ଟିନା ଟ୍ରେଭିସାନଙ୍କୁ ହରାଇ ଦେଇଛନ୍ତି।

Share