Categories: Home Leftଖେଳ

ଆଇପିଏଲ ଖେଳିବେନି କୋହଲି! ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୭।୩: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ କ୍ରିକେଟ ଠାରୁ ଦୂରେଇ ରହିଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ କିଙ୍ଗ କୋହଲି ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜରେ ନ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ବର୍ତ୍ତମାନ ସବୁଠାରୁ ବଡ ପ୍ରଶ୍ନ ହେଉଛି କୋହଲି ଆଇପିଏଲ ୨୦୨୪ରେ ଖେଳିବେ କି ନାହିଁ? ହେଲେ ବିରାଟ ଏ ପର୍ଯ୍ୟନ୍ତ ଏ ବିଷୟରେ କିଛି କହି ନାହାଁନ୍ତି, କିନ୍ତୁ ଏକ ବଡ ରିପୋର୍ଟ ସାମ୍ନାକୁ ଆସିଛି।

କୋହଲିଙ୍କ ଖେଳ ସମ୍ପର୍କରେ ତାଙ୍କ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରୁ ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ। ତେବେ ESPNcricinfo ରିପୋର୍ଟ ଅନୁଯାୟୀ କିଙ୍ଗ କୋହଲି କ୍ରିକେଟ ପଡ଼ିଆକୁ ଫେରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଯଦିଓ ବିରାଟ ଆରସିବି କ୍ୟାମ୍ପରେ ଯୋଗ ଦେଇନାହାଁନ୍ତି, ସେ ମାର୍ଚ୍ଚ ୨୨ରେ ଦଳରେ ଯୋଗଦେବେ ବୋଲି କୁହାଯାଉଛି।

ଅନ୍ୟପଟେ ଷ୍ଟାର ଅଲରାଉଣ୍ଡର କ୍ୟାମେରନ ଗ୍ରୀନ ଆଇପିଏଲ ୨୦୨୪ର ପ୍ରଥମ ଦୁଇଟି ମ୍ୟାଚ ହରାଇ ପାରନ୍ତି ବୋଲି କୁହାଯାଉଥିଲା। ରିପୋର୍ଟ ଅନୁଯାୟୀ, କ୍ୟାମେରନ ଆରସିବି କ୍ୟାମ୍ପରେ ଯୋଗ ଦେଇଛନ୍ତି ଏବଂ ପ୍ରଥମ ମ୍ୟାଚରେ ସେ ଉପଲବ୍ଧ ରହିବେ।