ନୂଆଦିଲ୍ଲୀ,୧୯।୪: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ କିଛି ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଉଛି ଯେ ଏବେ UPI ମାଧ୍ୟମରେ 2000 ଟଙ୍କାରୁ ଅଧିକ ପେମେଣ୍ଟ ଉପରେ ଟିକସ ଲାଗୁ ହେବ। ଏନେଇ ଅର୍ଥ ମନ୍ତ୍ରଣାଳୟ ମଧ୍ୟ ସୂଚନା ଜାରି କରିଛି।
UPI ପେମେଣ୍ଟ ଉପରେ ଟିକସ ଲାଗିବ କି?
ସରକାର ସ୍ପଷ୍ଟ କରିଛନ୍ତି ଯେ ୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର UPI କାରବାର ଉପରେ GST ଲାଗୁ କରିବା ବିଷୟରେ ବିଚାର କରୁନାହାଁନ୍ତି। ୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର UPI କାରବାର ଉପରେ ସରକାର ସାମଗ୍ରୀ ଏବଂ ସେବା କର (GST) ଲାଗୁ କରିବାକୁ ବିଚାର କରୁଥିବା ରିପୋର୍ଟକୁ ସ୍ପଷ୍ଟ କରି ଅର୍ଥ ମନ୍ତ୍ରଣାଳୟ କହିଛି ଯେ ଏହା ସମ୍ପୂର୍ଣ୍ଣ ମିଥ୍ୟା, ଭିତ୍ତିହୀନ। ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, “ବର୍ତ୍ତମାନ ସରକାରଙ୍କ ସମ୍ମୁଖରେ ଏପରି କୌଣସି ପ୍ରସ୍ତାବ ନାହିଁ।” ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ (MDR) ଭଳି କିଛି ଶୁଳ୍କ ଉପରେ GST ଲାଗୁ ହୁଏ।
ସରକାର UPI ଉପରେ ଟିକସ ଲାଗୁ କରିବାକୁ ବିଚାର କରୁଥିବା ଖବର ପରେ ଅର୍ଥ ମନ୍ତ୍ରଣାଳୟ ଏହି ସ୍ପଷ୍ଟୀକରଣ ଦେଇଛି। ମନ୍ତ୍ରଣାଳୟ କହିଛି ଯେ ଏହି ରିପୋର୍ଟଗୁଡ଼ିକ ମିଥ୍ୟା ଏବଂ ସରକାର UPI ମାଧ୍ୟମରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବାକୁ ପ୍ରତିବଦ୍ଧ। ବର୍ତ୍ତମାନ ସରକାରଙ୍କ ସମ୍ମୁଖରେ ଏପରି କୌଣସି ପ୍ରସ୍ତାବ ନାହିଁ।
କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (CBDT) ଜାନୁଆରୀ 2020ରୁ ଗ୍ରାହକ ଏବଂ ବ୍ୟବସାୟୀଙ୍କ ମଧ୍ୟରେ UPI କାରବାର (P2M) ଉପରେ MDR ହଟାଇ ଦେଇଛି। ମନ୍ତ୍ରଣାଳୟ କହିଛି, “ଯେହେତୁ ବର୍ତ୍ତମାନ UPI କାରବାର ଉପରେ କୌଣସି MDR ଲାଗୁ ହେଉନାହିଁ, ତେଣୁ ଏହି କାରବାର ଉପରେ କୌଣସି GST ଲାଗୁ ହେବ ନାହିଁ।” UPI କାରବାରରେ ଦ୍ରୁତ ଅଭିବୃଦ୍ଧି ଘଟିଛି, ଯାହା ୨୦୧୯-୨୦ ଆର୍ଥିକ ବର୍ଷରେ ୨୧.୩ ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୫ ମାର୍ଚ୍ଚ ସୁଦ୍ଧା ୨୬୦.୫୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ସରକାର UPI ମାଧ୍ୟମରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବାକୁ ପ୍ରତିବଦ୍ଧ।
UPI କାରବାର ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଯେଉଁଥିପାଇଁ ଭାରତର UPI ଏବେ ବିଶ୍ୱର ଅନେକ ଦେଶରେ ପେମେଣ୍ଟ ପାଇଁ ବ୍ୟବହୃତ ହେଉଛି। ୨୦୧୯-୨୦ ଆର୍ଥିକ ବର୍ଷରେ ଏହା ୨୧.୩ ଲକ୍ଷ କୋଟି ଟଙ୍କା ଥିଲା, ଯାହା ମାର୍ଚ୍ଚ ୨୦୨୫ ସୁଦ୍ଧା ୨୬୦.୫୬ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଲୋକମାନେ ଏବେ ନଗଦ ବଦଳରେ UPI ମାଧ୍ୟମରେ ପେମେଣ୍ଟ କରିବାକୁ ପସନ୍ଦ କରୁଛନ୍ତି।