ଓ୍ବାଶିଂଟନ,୩।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଫଟୋ ହଠାତ ଭାଇରାଲ ହୋଇଛି, ଯେଉଁଥିରେ ସେ ପୋପଙ୍କ ପୋଷାକ ପିନ୍ଧିଥିବା ଏବଂ ଜଣେ ପ୍ରକୃତ ପୋପଙ୍କ ମୁଦ୍ରାରେ ଏକ ଚେୟାରରେ ବସିଥିବାର ଦେଖାଯାଉଛି। ହ୍ବାଇଟ ହାଉସ ଟ୍ରମ୍ପଙ୍କ ଏହି ଆଶ୍ଚର୍ଯ୍ୟଜନକ ଫଟୋ ପୋଷ୍ଟ କରିଛି।
ଯଦିଓ ଏହା ଏକ AI ଜେନେରେଟେଡ ଫଟୋ, ଏହି ପୋଷ୍ଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ସୋସିଆଲ ମିଡିଆରେ ଅନେକ ୟୁଜର୍ସ ଏହାକୁ ପୋପ ଫ୍ରାନ୍ସିସଙ୍କ ମୃତ୍ୟୁର ଟ୍ରମ୍ପଙ୍କ ମଜା ବୋଲି ବର୍ଣ୍ଣନା କରିଛନ୍ତି।
ହ୍ବାଇଟ ହାଉସ ସହିତ, ଡୋନାଲ୍ଡ ଟ୍ରମ୍ପ ମଧ୍ୟ ତାଙ୍କର ଏହି ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋକୁ ନେଇ ଖୁବ ଚର୍ଚ୍ଚା ହେଉଛି କାରଣ କିଛି ଦିନ ପୂର୍ବରୁ ଟ୍ରମ୍ପ ମଜାରେ କହିଥିଲେ ଯେ ସେ ‘ପୋପ ହେବାକୁ ଚାହାଁନ୍ତି’।
ଟ୍ରମ୍ପଙ୍କ ଏହି ଫଟୋକୁ ସୋସିଆଲ ମିଡିଆରେ କେତେଜ ୟୁଜର୍ସ ଏକ ମଜା ଭାବରେ ନେଇଥିଲେ, କିନ୍ତୁ ଅନ୍ୟ କେତେଜଣ ୟୁଜର୍ସ ଏହାକୁ ଅସମ୍ବେଦନଶୀଳ ବୋଲି କହି ସମାଲୋଚନା କରିଥିଲେ।
ସୂଚନାଯୋଗ୍ୟ, ପୋପ ଫ୍ରାନ୍ସିସଙ୍କର ଗତ ମାସରେ ଦେହାନ୍ତ ହୋଇଥିଲା। ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ବିଶ୍ୱର ଅନେକ ବଡ଼ ନେତା ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ। ଭାଟିକାନ ସିଟିରେ ଏକ ଚିମନି ସ୍ଥାପନ କରାଯାଇଛି, ଯାହା ନୂତନ ପୋପଙ୍କ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାର ସଙ୍କେତ ଦିଏ।
ନୂତନ ପୋପ ନିର୍ବାଚିତ ହେବା ପୂର୍ବରୁ, ଟ୍ରମ୍ପଙ୍କ AI ଜେନେରେଟେଡ ଫଟୋ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ‘ଏହା ଘୃଣ୍ୟ ଏବଂ ସମ୍ପୂର୍ଣ୍ଣ ଅସମ୍ମାନଜନକ,’ ଜଣେ ୟୁଜର ଫଟୋରେ ମନ୍ତବ୍ୟ ଦେଇଛନ୍ତି। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଏହା ଅତ୍ୟନ୍ତ ଅପମାନଜନକ ଏବଂ ନାର୍ସିସିଷ୍ଟିକ। ରିପବ୍ଲିକାନମାନେ ପ୍ରକୃତରେ ଏହାକୁ ଭୋଟ ଦେଇଥିଲେ।