Categories: ଜାତୀୟ

ଭାରତ-ପାକିସ୍ତାନ ସଂଘର୍ଷର ଅନ୍ତ ପରମାଣୁ ଯୁଦ୍ଧ? ବିସ୍ଫୋରକ ବୟାନ ଦେଲେ…

ନୂଆଦିଲ୍ଲୀ,୧।୬: ଅପରେଶନ ସିନ୍ଦୂରରେ ପାକିସ୍ତାନକୁ ପରାସ୍ତ କରିବା ପରେ, ଭାରତ କୂଟନୈତିକ ମୋର୍ଚ୍ଚାରେ ପାକିସ୍ତାନକୁ ନିରନ୍ତର ଭାବରେ ପର୍ଦ୍ଦାଫାସ କରୁଛି। ଭାରତର ସାତଟି ପ୍ରତିନିଧି ଦଳ ବିଶ୍ୱର ବିଭିନ୍ନ ଦେଶରେ ପାକିସ୍ତାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଥିବା ସମ୍ପର୍କର ପର୍ଦ୍ଦାଫାସ କରୁଛନ୍ତି। ଏହି ସମୟରେ, ସିଙ୍ଗାପୁରରେ ଆରମ୍ଭ ହୋଇଥିବା ଶାଙ୍ଗ୍ରି-ଲା ଡାଏଲଗ ୨୦୨୫ ରେ ଅଂଶଗ୍ରହଣ କରି ପୁଣି ପାକିସ୍ତାନକୁ ନେଇ ବଡ ଖୁଲାସା କରିଛନ୍ତି ପ୍ରତିରକ୍ଷା ମୁଖ୍ୟ (ସିଡିଏସ) ଅନିଲ ଚୌହାନ । ଏଥିସହିତ ଭାରତ-ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରମାଣୁ ଯୁଦ୍ଧକୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷର ଅନ୍ତକୁ ଯୋଡିଥିବା ବେଳେ, ଏହାକୁ ନେଇ ବି ସ୍ପଷ୍ଟିକରଣ ଦେଇଛନ୍ତି ସିଡିଏସ । କହିଛନ୍ତି, ‘ଅପରେଶନ ସିନ୍ଦୂର’ ସମୟରେ, ଭାରତୀୟ ସେନା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ଥିଲା, ତେଣୁ ପରମାଣୁ ଯୁଦ୍ଧର ପ୍ରଶ୍ନ ଉଠୁନାହିଁ। କାରଣ ଏକ ଅଘୋଷିତ ଯୁଦ୍ଧରେ ପରମାଣୁ ଯୁଦ୍ଧର କୌଣସି ଯୁକ୍ତି ନାହିଁ। ଅପରେଶନ ସିନ୍ଦୂର ଏକ ନନ କଣ୍ଟାଣ୍ଟ ମଲ୍ଟି ଡୋମେନ ମିଶନ ଥିଲା। ଯେଉଁଥିରେ ସାଇବର ଆକ୍ରମଣ ଓ ନାରେଟିଭ ବିରୋଧରେ ଅଭିଯାନ, ଗୁଇନ୍ଦା କ୍ଷମତାର ପ୍ରଦର୍ଶନ ଭଳି ଦିଗ ସାମିଲ ଥିଲା। ଅପରେଶନ ସିନ୍ଦୂର ବେଳେ ଆମର ୧୫% ସମୟ କେବଳ ଫେକ ନ୍ୟୁଜ ମୁକାବିଲା କରିବାରେ ଲାଗିଥିଲା ବୋଲି ଅନିଲ ଚୌହାନ କହିଛନ୍ତି ।

Share