ଭାରତ ବିରୋଧରେ କଠୋର ହେବ କି ଆମେରିକାର ଆଭିମୁଖ୍ୟ, ଟ୍ରମ୍ପଙ୍କ ହଁରେ ଲୁଚି ରହିଛି ଉତ୍ତର…

ନୂଆଦିଲ୍ଲୀ/ଓ୍ବାଶିଂଟନ,୮ା୯: ଭାରତ ବିରୋଧରେ ଆମେରିକାର ଆଭିମୁଖ୍ୟ କଠୋର ହେବ କି ରବିବାର ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି  ହଁ, ସେ ପୂର୍ବ ତୁଳନାରେ ରୁଷିଆ ଉପରେ ପ୍ରତିବନ୍ଧକ ବୃଦ୍ଧି କରିପାରିବେ। ଟ୍ରମ୍ପଙ୍କ ଏହି ହଁର ଗୁରୁତ୍ୱ ଆହୁରି ବୃଦ୍ଧି ପାଉଛି। କାରଣ ପୂର୍ବରୁ ଆମେରିକାର ଅର୍ଥମନ୍ତ୍ରୀ ସ୍କଟ ବେସାଣ୍ଟ ରୁଷିଆରୁ ତେଲ କିଣୁଥିବା ଦେଶମାନଙ୍କ ଉପରେ ଅଧିକ ଶୁଳ୍କ ଲଗାଇବା ବିଷୟରେ କହିଥିଲେ। ବେସାଣ୍ଟ ଯୁକ୍ତି ଦେଇଛନ୍ତି ଯେ, ରୁଷିଆକୁ ଆର୍ଥିକ ଭାବରେ ନଷ୍ଟ ନ କରି ପୁଟିନଙ୍କୁ ଆଲୋଚନା ଟେବୁଲକୁ ଆଣିବା ଅସମ୍ଭବ।

ଭାରତକୁ ଏହି ନୀତିର ସବୁଠାରୁ ବଡ଼ ଝଟ୍‌କା ଲାଗିପାରେ, କାରଣ ଭାରତ ରୁଷିଆରୁ ବହୁ ପରିମାଣରେ ଅଶୋଧିତ ତେଲ ଆମଦାନୀ କରୁଛି। ଭାରତୀୟ ଶକ୍ତି ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଆମେରିକା ବିଶ୍ୱାସ କରେ ଯେ, ରୁଷିଆ ତେଲ କିଣିବା ଯୋଗୁ ଆର୍ଥିକ ଲାଭ ପାଉଛି, ଯାହାକୁ ସେ ୟୁକ୍ରେନ ବିରୋଧରେ ଯୁଦ୍ଧରେ ବ୍ୟବହାର କରୁଛି।

ଆମେରିକୀୟ ଅର୍ଥମନ୍ତ୍ରୀ ସିଧାସଳଖ ଭାରତର ନାଁ ନେଇ ନ ଥିଲେ, କିନ୍ତୁ ତାଙ୍କ ଦ୍ୱାରା ଦିଆଯାଇଥିବା ବିବୃତ୍ତିର ସଙ୍କେତ ସ୍ପଷ୍ଟ ଥିଲା। ସେ କହିଛନ୍ତି ଯେ, ଯଦି ଆମେରିକା ଏବଂ ୟୁରୋପୀୟ ସଂଘ ମିଳିତ ଭାବରେ ରୁଷିଆ ତେଲ କିଣୁଥିବା ଦେଶମାନଙ୍କ ଉପରେ ଅଧିକ ଶୁଳ୍କ (ଦ୍ୱିତୀୟ କଟକଣା) ଲଗାନ୍ତି, ତେବେ ରୁଷିଆର ଅର୍ଥନୀତି ଭୁଶୁଡ଼ି ପଡ଼ିବ। ଭାରତ ପୂର୍ବରୁ ରୁଷିଆରୁ ତେଲ କିଣିବା ପାଇଁ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରୁଛି, ଯାହା ଯୋଗୁ ମୋଟ ଶୁଳ୍କ ୫୦% ପହଞ୍ଚିଛି। ଓ୍ବାଶିଂଟନର ଉଚ୍ଚ ଅଧିକାରୀମାନେ କହିଛନ୍ତି ଯେ, ଆଗାମୀ ସମୟରେ ଭାରତ ଉପରେ ଅଧିକ ଚାପ ପଡ଼ିପାରେ। ତଥାପି ଏହି ମାମଲାରେ ଭାରତ କହିଛି ଏହାର ତୈଳ ଆମଦାନୀ ସମ୍ପୂର୍ଣ୍ଣ ଭାବରେ ଜାତୀୟ ସ୍ବାର୍ଥ ପାଇଁ ଏବଂ ଏହା କୌଣସି ତୃତୀୟ ଦେଶର ରାଜନୀତି ଦ୍ୱାରା ପ୍ରଭାବିତ ହୋଇ ଏହାର ନୀତି ପରିବର୍ତ୍ତନ କରିବ ନାହିଁ।

ଆଲାସ୍କାରେ ଟ୍ରମ୍ପ ଏବଂ ପୁଟିନଙ୍କ ମଧ୍ୟରେ ଶିଖର ବୈଠକରୁ ଆଶା କରାଯାଉଥିଲା ଯେ, ଉତ୍ତେଜନା ହ୍ରାସ ପାଇବ। କିନ୍ତୁ ଫଳାଫଳ ବିପରୀତ ହୋଇଥିଲା। ଯୁଦ୍ଧ ଆହୁରି ବଢ଼ିଯାଇଛି। ରବିବାର ରୁଷିଆର କ୍ୱିଭ୍‌ରେ ସରକାରୀ କମ୍ପ୍ଲେକ୍ସ ଉପରେ ବୋମାମାଡ଼ କରିଥିଲା, ଯାହା ପରିସ୍ଥିତିକୁ ଅଧିକ ଗମ୍ଭୀର କରିଦେଇଥିଲା। ଆମେରିକାର ଲକ୍ଷ୍ୟ ହେଉଛି ରୁଷିଆର ରାଜସ୍ବ ଉତ୍ସ ବନ୍ଦ କରିବା। ରୁଷିଆ ୟୁରୋପ ଏବଂ ଆମେରିକାରୁ ବିଚ୍ଛିନ୍ନ ହୋଇଯାଇଛି, କିନ୍ତୁ ଭାରତ ଏବଂ ଚାଇନା ଭଳି ଦେଶ ପାଇଁ ଏହାକୁ ଏବେ ବି କ୍ରେତା ମିଳୁଛନ୍ତି। ଏହି କାରଣରୁ ଆମେରିକା ନିରନ୍ତର ଭାରତକୁ ଟାର୍ଗେଟ କରୁଛି।