ଶୀକାରୀଙ୍କ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ: ବସ୍ତାରୁ ଜବତ ହେଲା ହଜାର ହଜାର ପକ୍ଷୀ

ଖୁଣ୍ଟୁଣୀ,୧୩।୧୦(ସଚ୍ଚିଦାନନ୍ଦ ପଣ୍ଡା): ଆଠଗଡ଼ ଜିଲା ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ କପୁରସିଂ ଠାରେ ବନ୍ଦ ହୋଇ ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ ବନସ୍ପତି  କାରଖାନାରୁ ପକ୍ଷୀଙ୍କୁ ଶତକାର କରାଯାଉଥିବା ନେଇ  ୧୧  ଜଣଙ୍କୁ ବନାଞ୍ଚଳ ହାଜତରେ ରଖିଛନ୍ତି।
ସୂଚନାଯୋଗ୍ୟ, କାରଖାନା ଭିତରୁ ବାଦୁଡି ଓ ଚେମେଣିଆ ପକ୍ଷୀ ମାରୁଥିବାବେଳେ ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ। ଏ ନେଇ ସେମାନେ ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀଙ୍କୁ ଖବର ଦେଇଥିଲେ । ବନାଞ୍ଚଳ ଅଧିକାରୀ ୩ଥଟି ବସ୍ତାରେ ଥିବା ଏଜ ହଜାରରୁ ଅଧିକ ପକ୍ଷୀ ଜବତ ସହ ୧୧ ଜଣଙ୍କୁ ଧରି ବନାଞ୍ଚଳ ହାଜତରେ ରଖିଛନ୍ତି। ସେମାନଙ୍କ ବିରୋଧରେ ଜଙ୍ଗଲ ଆଇନ ପଶୁପକ୍ଷୀ ଶିକାର କରିଥିବା ଅଭିଯୋଗରେ ମକଦ୍ଦମା  ହେବ ବୋଲି ବନାଞ୍ଚଳ ଅଧିକାରୀ ନୀଳମାଧ ସାହୁ କହିଛନ୍ତି । ସେମାନେ ସମସ୍ତେ ଭୁବନେଶ୍ୱର ସାଲିଆ ସାହିର ବୋଲି ବନବିଭାଗ ଜାଣିବାକୁ  ମିଳିଛି।

 

Dharitri – Odisha’s No.1, Most Trusted Odia Daily