ଶରୀରରେ କିରୋସିନି ଢାଳି ନିଆଁ ଲଗାଇଦେଲେ ବିଧବା ମହିଳା: ଭାଇ ଆଣିଲେ ସାଂଘାତିକ ଅଭିଯୋଗ

ଖଇରା,୨୯/୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା କୁପାରୀ ପଞ୍ଚାୟତ ଅଧୀନ କବର ହାତୀମୁଣ୍ଡା ଗ୍ରାମରେ ଜଣେ ବିଧବା ମହିଳା ନିଜ ଶରୀରରେ କିରୋସିନି ଢାଳି ନିଆଁ ଲଗାଇଛନ୍ତି। ସେ ସନ୍ଦେହଜନକ ଭାବେ ମୃତ୍ୟୁବରଣ କରିଥିବା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
କବର ଗ୍ରାମର ପ୍ରଫୁଲ୍ଲ ରାଉତ ଦୀର୍ଘ ୨୩ ବର୍ଷ ତଳେ ଶାଳଗଢିଆ ଗ୍ରାମର କୁନି ରାଉତଙ୍କୁ ବିବାହ କରିଥିଲେ l କିଛି ବର୍ଷ ଠିକଠାକ ଚାଲିବା ପରେ ଗତ ଦୁଇ ବର୍ଷ ତଳେ ପ୍ରଫୁଲ୍ଲ କୌଣସି କାରଣକୁ ନେଇ ଆତ୍ମହତ୍ୟା କରିଥିଲେ l ତା ପରେ କୁନିଙ୍କ ଉପରେ ଶ୍ୱଶୁର, ଶାଶୁ ଓ ଦିଅର ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ଏ ବିଷୟରେ କୁନି ତାଙ୍କ ପରିବାର ନିକଟରେ ଜଣାଇ ଆସୁଥିଲେ l ଗତକାଲି ରାତିରେ ଶ୍ୱଶୁର କୈଳାଶ ରାଉତ, ଦିଅର ଗୋପାଳ ଚନ୍ଦ୍ର ରାଉତ ଓ ଶାଶୁ ମିଶିକରି ପୋଡି ମାରିଦେଇଥିବା ନେଇ କୁନିର ବଡଭାଈ ସୁକାନ୍ତ ଦାସ ଖଇରା ଥାନାରେ ଅଭିଯୋଗ କରିଛନ୍ତି l ଅଭିଯୋଗ ପରେ ଏସ୍‌ଡିପିଓ ପ୍ରମୋଦ ମଲ୍ଲିକ ଓ ଖଇରା ଆଇଆଇସି ସୁଚେନ୍ଦ୍ର ମହାଳିକ, ବାଲେଶ୍ୱର ସାଇଣ୍ଟିଫିକ ଟିମ ପହଁଚି ତଦନ୍ତ ପରେ ଦିଅର ଓ ଶ୍ବଶୁରଙ୍କୁ ଥାନାରେ ଅଟକ ରଖିଛନ୍ତି ।