କାହିଁକି ସୋଫିଆ କଟକ ପାଇଁ ଦୁର୍ଭାଗ୍ୟ, କହିଦେଲେ…

କଟକ,୨୬।୮:ସିଏମ୍‌ସି ମେୟର ସୁବାସ ସିଂଙ୍କୁ ନ ଡାକି କମିଶନର ଓ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କଲେ ବିଧାୟିକା ସୋଫିଆ ଫିର୍ଦ୍ଦୋଶ। ତାଙ୍କୁ ମେୟରଙ୍କ ବିଷୟରେ ପଚାରିବାରୁ ସେ କହିଛନ୍ତି, କି ମେୟର କାମ କରି ପାରୁନାହାଁନ୍ତି। ମେୟର କଟକ ସହରକୁ ବୁଡ଼ାଇ ଦେଇଛନ୍ତି। ସମୀକ୍ଷା କରି ପାରୁନାହାଁନ୍ତି।ମୁଁ ବିଧାୟିକା ହିସାବରେ ସମୀକ୍ଷା କରିପାରିବି, ସେଥିପାଇଁ କରୁଛି।
ଅନ୍ୟପକ୍ଷେ,ଜବାବରେ ସୋଫିଆଙ୍କୁ ଆକ୍ସିଡେଣ୍ଟାଲ MLA କହି ତାଚ୍ଛଲ୍ୟ କରିଛନ୍ତି  ମେୟର। ତାଙ୍କୁ ସମୀକ୍ଷା କରିବା ପାଇଁ ଅଧିକାର ଦେଲା କିଏ, ସେ ପ୍ରସ୍ତାବ ଦେଇପାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। କଟକକୁ ତାଙ୍କ ପରିବାର ବିପର୍ଯ୍ୟସ୍ତ କରିଛପୋଖରୀ ପୋତି ବ୍ୟବସ୍ୟାୟ କରିଛନ୍ତି। ଏଭଳି ବିଧାୟିକାଙ୍କୁ ଦେଖିବା କଟକବାସୀଙ୍କ ପାଇଁ ଦୁର୍ଭାଗ୍ୟ ବୋଲି ସୁବାସ ସିଂ କହିଛନ୍ତି।