Categories: Home Leftଖେଳ

ରୋହିତଙ୍କ ସ୍ଥାନରେ ଗିଲ୍ କାହିଁକି ଅଧିନାୟକ ହେଲେ? ଦୁଇ ମାସ ପୂର୍ବରୁ ନିଆଯାଇଥିଲା ନିଷ୍ପତ୍ତି ନିଆଯାଇଥିଲା

ମୁମ୍ବାଇ,୬।୧୦: ଭାରତୀୟ କ୍ରିକେଟ ପ୍ରେମୀଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ରୋହିତ ଶର୍ମାଙ୍କୁ କାହିଁକି ଦିନିକିଆ ଫର୍ମାଟରୁ ଅଧିନାୟକ ପଦରୁ ହଟାଯାଇ ଶୁଭମନ ଗିଲଙ୍କୁ ଏତେ ଶୀଘ୍ର ଦାୟିତ୍ୱ ଦିଆଗଲା। ଟେଲିଗ୍ରାଫର ଏକ ରିପୋର୍ଟ ଅନୁଯାୟୀ, ରୋହିତଙ୍କୁ ଏହି ନିଷ୍ପତ୍ତି ବିଷୟରେ ଆଗରୁ ସୂଚନା ଦିଆଯାଇଥିଲା। ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ମୁଖ୍ୟ କୋଚ ଗୌତମ ଗମ୍ଭୀର ଦୁଇ ମାସ ପୂର୍ବେ ଗିଲଙ୍କୁ ଦିନିକିଆ ଅଧିନାୟକ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ଏହାକୁ ଗୋପନୀୟ ରଖାଯାଇ ବିସିସିଆଇର ଶୀର୍ଷ ଅଧିକାରୀଙ୍କ ଅନୁମୋଦନ ମଧ୍ୟ ନିଆଯାଇଥିଲା।

ରିପୋର୍ଟ ଅନୁଯାୟୀ, ଶୁଭମନ ଗିଲ ଇଂଲଣ୍ଡରେ ଟେଷ୍ଟ ଅଧିନାୟକ ଭାବେ କଠିନ ପରିସ୍ଥିତିରେ ନିଜକୁ ପ୍ରମାଣିତ କରିଥିଲେ। ସେ ନୂଆ ଟିମ୍‌ରେ ପାଞ୍ଚ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ ୨-୨ ରେ ବରାବର କରିଥିଲେ, ଯାହା ଚୟନକର୍ତ୍ତା ଓ କୋଚଙ୍କ ଆସ୍ଥା ବଢ଼ାଇଥିଲା। ଏହାପରେ ରୋହିତଙ୍କୁ ଦିନିକିଆରୁ ହଟାଇବା ପାଇଁ ଏକ ଯୋଜନା ପ୍ରସ୍ତୁତ ହୋଇଥିଲା।

ଚୟନକର୍ତ୍ତାମାନେ ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରୁଛନ୍ତି। ରୋହିତ ଶର୍ମା ଏହି ବିଶ୍ୱକପ ସମୟରେ ୪୦ ବର୍ଷର ହେବେ, ଯାହା ତାଙ୍କୁ ଚୟନକର୍ତ୍ତାଙ୍କ ତାଲିକାରୁ ବାଦ ଦେଇଛି। ଭାରତ ନଭେମ୍ବର-ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଓ ଜାନୁଆରୀରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନୋଟି ଦିନିକିଆ ମ୍ୟାଚ୍‌ ଖେଳିବ। ରିପୋର୍ଟ ଅନୁଯାୟୀ, ସାତ ମାସରୁ ଅଧିକ ବିରତି ପରେ ରୋହିତଙ୍କ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରିବା କଠିନ ହେବ।

 

Dharitri — Odisha’s No.1 Trusted Odia Newspaper

Share
Tags: rohit sharma