କମ୍ପ୍ୟୁଟର ‘ମାଉସ୍‌’କୁ ‘ମାଉସ୍‌’ କାହିଁକି କୁହନ୍ତି, ଜାଣନ୍ତୁ ପଛରେ ଥିବା ରୋଚକ କାହାଣୀ

କମ୍ପ୍ୟୁଟରରେ ମାଉସ୍‌ ଏକ ଇନ୍‌ପୁଟ ଡିଭାଇସ। ଏହା କମ୍ପ୍ୟୁଟର ସ୍କ୍ରିନ୍‌ରେ ପଏଣ୍ଟର ନଚେତ କର୍ସରକୁ କଣ୍ଟ୍ରୋଲ କରିଥାଏ। ୧୯୬୦ରେ ମାଉସ୍‌ର ଆବିଷ୍କାର ଡଗଲସ୍‌ ସି. ଆଙ୍ଗେଲବର୍ଟ କରିଥିଲେ। ଦୁନିଆର ପ୍ରଥମ ମାଉସ୍‌ ଦେଖିବା ଲାଗି ଏକ କାଠ ବାକ୍ସ ଥିଲା। ଏଥିରେ ଗୋଟିଏ ବଟନ୍‌ ଏବଂ ଦୁଇ ଚକ ଥିଲା। ପ୍ରଥମେ ଏହାର ନାମ ପଏଣ୍ଟର ଡିଭାଇସ୍‌ ଥିଲା। ପରେ ଏହାର ନାମ ଷ୍ଟେନଫୋର୍ଡ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ମାଉସ୍‌ ରଖାଯାଇଥିଲା। ଏହା ମୂଷା ଭଳି ଦେଖାଯାଉଥିବାରୁ ଏଭଳି ନାମକରଣ କରାଯାଇଥିଲା। ପ୍ରଥମେ ଏହି ଡିଭାଇସ୍‌ର ତାର ମୂଷାର ଲାଞ୍ଜ ଭଳି ଦେଖାଯାଉଥିଲା। ମୂଷା ଭଳି ଫୁର୍ତ୍ତିରେ କାମ କରୁଥିବାରୁ ଏହାକୁ ମାଉସ୍‌ ନାମ ମିଳିଥିଲା।