ହାଇ ଆଲର୍ଟରେ ଲର୍ଡସ କ୍ରିକେଟ ଗ୍ରାଉଣ୍ଡ, ଖେଳାଯାଉଛି  ଭାରତ- ଇଂଲଣ୍ଡ ଟେଷ୍ଟ ମ୍ୟାଚ୍‌; ଜାଣନ୍ତୁ କାହିଁକି…

ଲର୍ଡସ,୧୧।୭: ଟିମ୍‌ ଇଣ୍ଡିଆ ଏବଂ ଇଂଲଣ୍ଡ କ୍ରିକେଟ ଟିମ୍‌ ମଧ୍ୟରେ ଲଣ୍ଡନର ପ୍ରତିଷ୍ଠିତ ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଏବେ ତୃତୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି। ଗୋଟିଏ ଦିନର ଖେଳ ଶେଷ ହୋଇଥିବା ବେଳେ ଏବେ ଶୁକ୍ରବାର ଏହାର ଦ୍ୱିତୀୟ ଦିନ। ଏହି ସମୟରେ ବଡ଼ ଖବରକୁ ନେଇ ହଇଚଇ ସୃଷ୍ଟି ହୋଇଛି। ତେବେ ଏହି ମଇଦାନକୁ ହାଇଆଲର୍ଟରେ ରଖାଯାଇଛି। ଏହାର କାରଣ କ’ଣ ଆସନ୍ତୁ ଜାଣିବା।
ଲର୍ଡସ କ୍ରିକେଟ ମଇଦାନର ଅଧିକାରୀମାନେ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ତୃତୀୟ ଟେଷ୍ଟ ସମୟରେ ଷ୍ଟାଡିୟମର ସୁରକ୍ଷା ବଢ଼ାଇ ଦେଇଛନ୍ତି। କାରଣ ମ୍ୟାଚ୍‌ ଦେଖିବାକୁ ପ୍ରବଳ ଭିଡ ହେବ। ଏମିତିରେ ସମ୍ଭାବିତ ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଅଧିକାରୀମାନେ ଯଥାସମ୍ଭବ ପଦକ୍ଷେପ ନେଇଛନ୍ତି।
କହିରଖୁଛୁ, ଲର୍ଡସରେ ଆସେଜ ୨୦୨୩ ଟେଷ୍ଟ ସମୟରେ ଅଷ୍ଟ୍ରେଲିୟ ଖେଳାଳିଙ୍କ ସହ ଦୁର୍ବବ୍ୟହାର କରାଯାଇଥିଲା। ବଡ଼ ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ଜଣେ ପ୍ରଦର୍ଶନକାରୀ  ମଇଦାନକୁ ପଶି ଆସି ଅଜବ କାଣ୍ଡ କରିଥିଲେ। ଏହାକୁ ଦେଖି ଅଧିକାରୀମାନେ ଷ୍ଟାଣ୍ଡ ଉପରେ ତିକ୍ଷ୍ଣ ଦୃଷ୍ଟି ରଖିଛନ୍ତି।
କିଛି ପୁରୁଣା ଘଟଣା ଏବଂ ଉପଦ୍ରବୀ ଦର୍ଶକଙ୍କ କାରଣରୁ ବିବାଦ ଏଡ଼ାଇବା ପାଇଁ ଏବଂ ଖେଳାଳିମାନଙ୍କ ସୁରକ୍ଷା  ଲାଗି ଅଧିକାରୀମାନେ କଡ଼ା ସୁରକ୍ଷା ମଧ୍ୟରେ ପତାକା ଏବଂ ପୋଷ୍ଟର ଉପରେ ପ୍ରତିବନ୍ଧ ଲଗାଯାଇଛି। ପାଭିଲିୟନରେ ଖେଳାଳିମାନଙ୍କ ପାଇଁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚେ୍‌ର ପ୍ରଥମ ଦିନରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରାରମ୍ଭିକ ବିପର୍ଯ୍ୟୟରୁ ସୁସ୍ଥ ହୋଇ ଦିନର ଖେଳ ଶେଷ ସୁଦ୍ଧା ୪ ଉଇକେଟ ବିନିମୟରେ ୨୫୧ ରନ୍‌ କରିଥିଲା। ଏବେ ଖେଳ ଆଗକୁ ଯାଉଛି।