ନୂଆଦିଲ୍ଲୀ,୨୪।୨: ବିଶ୍ୱ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ଘଟୁଛି । ବିଶେଷକରି ସମ୍ପ୍ରତି ସୁନାର ମୂଲ୍ୟରେ ଏକ ବିରାଟ ବୃଦ୍ଧି ଘଟିଛି। ଯାହାର କାରଣ କହିଛନ୍ତି ଅର୍ଥମନ୍ତ୍ରୀ । ବିଶ୍ୱ ବଜାରରେ ସୁନାର ମୂଲ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଯାହା ଫଳରେ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ସୁନା କିଣିବା ଏକ ପ୍ରକାର ସ୍ୱପ୍ନ ହୋଇଗଲାଣି। ଏହା ସୁନା ବଜାରରେ ମଧ୍ୟ ବହୁତ ହଇଚଇ ସୃଷ୍ଟି କରିଛି। ତେବେ ସୁନା ମୂଲ୍ୟ ବଢିବାର କାରଣ କ’ଣ? ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ନେଇ କାରଣ ପ୍ରକାଶ କରିଛନ୍ତି।
ଫେବୃଆରୀ ୨୩ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡ ବୈଠକ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ସେ ସ୍ପଷ୍ଟ କରିଥିଲେ ଯେ ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ପ୍ରଚୁର ପରିମାଣରେ ସୁନା କିଣୁଥିବାରୁ ଓ ଗଚ୍ଛିତ କରୁଥିବାରୁ ମୂଲ୍ୟ ବୃଦ୍ଧି ପାଉଛି। ଘରୋଇ ବଜାରରେ, ସୁନା ମୂଲ୍ୟ ପୂର୍ବ ବନ୍ଦ ତୁଳନାରେ ୨.୦୨ ପ୍ରତିଶତ ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ୧,୬୦,୦୪୯ରେ ଖୋଲିଥିଲା। ଦିନର ଶେଷ ଭାଗରେ, ସୁନା ଫ୍ୟୁଚର୍ସ ପ୍ରାୟ ୧.୫୧ ପ୍ରତିଶତ ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ୧,୫୯,୨୩୯ରେ ପହଞ୍ଚିଛି। ରୂପା ମୂଲ୍ୟ ମଧ୍ୟ ୪ ପ୍ରତିଶତ ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ୨,୨୩,୧୯୩ରେ ପହଞ୍ଚିଛି।