ବସନ୍ତ ପଞ୍ଚମୀ ଦିନ ମାଛ ଖାଇବାର ପ୍ରଥା ବାବଦରେ ଆପଣ ଜାଣିନଥିବେ । ଜାଣନ୍ତୁ କାରଣ। ଚଳିତ ବର୍ଷ ଫେବୃୟାରୀ ୨ରେ ଅର୍ଥାତ ଆସନ୍ତା କାଲି ସରସ୍ବତୀ ପୂଜା ପାଳନ କରାଯିବ। ପ୍ରତିବର୍ଷ ମାଘ ମାସର ଶୁକ୍ଲ ପକ୍ଷରେ ଦେବୀ ସରସ୍ବତୀଙ୍କୁ ପୂଜା କରାଯାଏ।
ସନାତନ ଧର୍ମରେ ମାତା ସରସ୍ବତୀଙ୍କ ଉପାସନର ବିଶେଷ ମହତ୍ତ୍ୱ ରହିଛି, କାରଣ ମା’ସରସୱତୀ ଜ୍ଞାନର ଦେବୀ ଓ ଜ୍ଞାନ ଜଗତର ଅନ୍ୟ ସମସ୍ତ ବିଷୟଠାରୁ ଅଧିକ ବିବେଚନା କରାଯାଏ । ଛାତ୍ରୀଛାତ୍ରମାନେ ପ୍ରତିବର୍ଷ ଏହି ଦିନକୁ ଉତ୍ସାହର ସହ ଅପେକ୍ଷା କରନ୍ତି । ସମସ୍ତେ ବିଭିନ୍ନ ରଙ୍ଗର ନୂଆ ପୋଷାକ ପିନ୍ଧି ସଜବାଜ ହୋଇ ଦେବୀଙ୍କ ପୂଜାରେ ନିଜକୁ ମଗ୍ନ କରନ୍ତି । ସରସ୍ବତୀ ପୂଜା ଦିନ ୬ ପ୍ରକାର ପନିପରିବା ରାନ୍ଧି ଖାଇବା ନିୟମ ରହିଛି। ଏହି ଦିନ ସବୁ ପରିବାକୁ ମିଶାଇ ତରକାରୀ କରାଯାଏ ।
ବସନ୍ତ ପଞ୍ଚମୀ ଏବଂ ହଳଦିଆ ରଙ୍ଗ ମଧ୍ୟରେ ଏକ ସଂଯୋଗ ଅଛି । ଏହି ଦିନ ମା’ ସରସ୍ବତୀଙ୍କ ପୂଜା ସମୟରେ ହଳଦିଆ ଫୁଲ ଅର୍ପଣ କରାଯାଏ । ବସନ୍ତ ପଞ୍ଚମୀରେ ହଳଦିଆ ରଙ୍ଗର ପୋଷାକ ପିନ୍ଧିବା ମଧ୍ୟ ବିଶେଷ ମହତ୍ତ୍ବ ରହିଛି । ଏସବୁ ବ୍ୟତୀତ ସରସୱତୀ ପୂଜାର ଆଉ ଏକ ପରମ୍ପରା ଅଛି । ତାହା ହେଉଛି ଏହି ଦିନ ଇଲିସି ମାଛ ଖାଇଲେ ଭଲ ବୋଲି କୁହାଯାଏ ।
ସରସୱତୀ ପୂଜା ସହ ଏହି ମାଛର କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନାହିଁ । ଏହି ପୂଜା ପୂର୍ବ କୋଲକତାର ବଙ୍ଗୀୟମାନଙ୍କ ପାଇଁ ଇଲିସି ଖାଇବାର ସିଜିନ ଆରମ୍ଭ ବୋଲି ଜଣାଯାଏ । ପରିବାରର ପୁରୁଷ ସଦସ୍ୟ ଯୋଡ଼ା ଇଲିଶ ଆଣିଥାନ୍ତି ଓ ପରିବାରର ମହିଳାମାନେ ମାଛ, ହଳଦୀ ପେଷ୍ଟ, ସୋରିଷ ତେଲ, ସିନ୍ଦୁର ଇତ୍ୟାଦି ମାଛକୁ ସୱାଗତ କରନ୍ତି । ଦେବୀଙ୍କୁ ପ୍ରସାଦ ଲଗାଇ ତାପରେ ଘରର ଲୋକମାନେ ସେବନ କରନ୍ତି । ସେଥିପାଇଁ ସରସୱତୀ ପୂଜା ଦିନ ଇଲିସିର ଦାମ ମଧ୍ୟ ବଢିଯାଏ । ଚଢା ଦରରେ ଦୋକାନୀ ଗ୍ରାହକଙ୍କୁ ମାଛ ବିକ୍ରି କରିଥାନ୍ତି । ଏହି ସମୟରେ ଇଲିସି ରନ୍ଧାଯାଉଥିବା ଶୈଳୀ ସାଧାରଣ ଦିନ ତୁଳନାରେ ଅଲଗା ଥାଏ ।
ଅକ୍ଟୋବରରୁ ଫେବୃୟାରୀ ମଧ୍ୟରେ କୋଲକତାର ଅଧିକାଂଶ ଲୋକ ଇଲିସି ଖାଇବାକୁ ବାରଣ କରିଥାନ୍ତି । ଦୁର୍ଗା ପୂଜା ପରଠୁ ସେମାନେ ଖାଇବା ଛାଡ଼ିଦେଇଥାନ୍ତି । ବସନ୍ତ ପଞ୍ଚମୀରେ ପୁଣି ଖାଇବା ଆରମ୍ଭ କରନ୍ତି । ଜଣେ ଫୁଡ଼ ବ୍ଲଗରଙ୍କ କହିବାନୁସାରେ, ଦୁର୍ଗା ପୂଜା ପରଠୁ ଭଲ ଇଲିସି ମିଳିନଥାଏ ।