ମୁମ୍ବାଇ,୨ା୫: ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ପାଇନଭର୍ଟ ୧୫ ଜଣିଆ ଦଳ ଘୋଷଣା କରିଛି। ଏଥିରେ ପ୍ରାରମ୍ଭିକ ବ୍ୟାଟର ତଥା ୱିକେଟ୍ କିପର କେଏଲ ରାହୁଲଙ୍କୁ ସ୍ଥାନ ମିଳିନାହିଁ। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗୁରୁବାର ବିସିସିଆଇର ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ରାହୁଲ ଚୟନ ନ ହେବାର କାରଣ କହିଛନ୍ତି।
ଅଜିତ ଅଗରକର କହିଛନ୍ତି “ରାହୁଲ ଟପ୍ ଅର୍ଡରରେ ବ୍ୟାଟିଂ କରୁଛନ୍ତି, ଆମେ ମଧ୍ୟମ ଅର୍ଡର ୱିକେଟ୍ କିପର ଖୋଜୁଥିଲୁ। ସଞ୍ଜୁଙ୍କ ନିମ୍ନ କ୍ରମରେ ବ୍ୟାଟିଂ କରିବାର କ୍ଷମତା ଅଛି ବୋଲି ଅନୁଭବ କରୁଛୁ। କଥା ହେଉଛି ଆମକୁ କେଉଁ ସ୍ଥାନରେ କେଉଁ ଖେଳାଳି ଆବଶ୍ୟକ, ଫଳରେ ଆମେ ପନ୍ତ ଏବଂ ସାମସନଙ୍କୁ ଚୟନ କରିଛୁ।