ଓ୍ବାଶିଂଟନ,୨୨।୨: ଆମେରିକାର ଏଫବିଆଇ ନିର୍ଦ୍ଦେଶକ ଭାରତୀୟ ବଂଶୋଦ୍ଭବ କାଶ ପଟେଲ ଭଗବଦ ଗୀତାରେ ହାତ ରଖି ଶପଥ ନେଇଥିଲେ। ସମାରୋହ ସମୟରେ ତାଙ୍କ ପରିବାର ସଦସ୍ୟ ଏବଂ ତାଙ୍କ ପ୍ରେମିକା ସେଠାରେ ଉପସ୍ଥିତ ଥିଲେ। ଏହା ହ୍ବାଇଟ ହାଉସ କମ୍ପ୍ଲେକ୍ସର ଆଇଜେନହାୱର୍ ଏକଜିକ୍ୟୁଟିଭ ଅଫିସ ବିଲଡିଂ (EEOB) ରେ ଅନୁଷ୍ଠିତ ହୋଇଥିଲା। ଶପଥ ଗ୍ରହଣ ସମାରୋହ ସମୟରେ ତାଙ୍କ ପ୍ରେମିକା ଭାବପ୍ରବଣ ଦେଖାଯାଉଥିଲେ। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେଉଛି। ତେବେ ସେ କାହିଁକି ଏତେ ଇମୋଶନାଲ ହୋଇଥିଲେ ତାହା ଏବେ ପର୍ଯ୍ୟନ୍ତ ଜଣାପଡିନାହିଁ। ଆଲୋଚନା ହେଉଛି କି ସେ କାଶଙ୍କ ଖୁସିରେ ଆତ୍ମହରା ହୋଇଯାଇଥିଲେ।
ଆମେରିକାର ଆଟର୍ଣ୍ଣି ଜେନେରାଲ ପାମ ବାଣ୍ଡି ପଟେଲଙ୍କୁ ଗୀତାରେ ହାତ ରଖି ଶପଥ ନେବା ପାଇଁ ତାଙ୍କର ଡାହାଣ ହାତ ଉଠାଇବାକୁ କହିଥିଲେ। ପଟେଲ କହିଥିଲେ ଯେ ମୁଁ ଆମେରିକୀୟ ସ୍ବପ୍ନ ବଞ୍ଚୁଛି। ଯେଉଁମାନେ ଭାବୁଛନ୍ତି ଯେ ଆମେରିକୀୟ ସ୍ବପ୍ନ ମରିଗଲାଣି, ସେମାନେ ଏହାକୁ ଦେଖିବା ଉଚିତ।
‘ତୁମେ ଜଣେ ପ୍ରଥମ ପିଢ଼ିର ଭାରତୀୟ ପିଲାଙ୍କ ସହ କଥା ହେଉଛ ଯିଏ ଏହି ମହାନ ରାଷ୍ଟ୍ରର ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାର ନେତୃତ୍ୱ ନେବାକୁ ଯାଉଛି। ଏହା ଅନ୍ୟ କୌଣସି ସ୍ଥାନରେ ଘଟିପାରିବ ନାହିଁ।’ ଏଫବିଆଇ ନିର୍ଦ୍ଦେଶକ କାଶ ପଟେଲ।