କାହିଁକି ଭାରତ ଉପରେ ଟାରିଫ୍‌ ଲଗାଇଲା ଆମେରିକା: ପ୍ରଥମଥର ବଡ଼ କାରଣ କହିଲା ହ୍ବାଇଟ ହାଉସ

ନୂଆଦିଲ୍ଲୀ,୨୦।୮: ଭାରତ ଉପରେ ଲାଗୁ ହୋଇଥିବା ଟାରିଫ୍‌ ସମ୍ପର୍କରେ ଆମେରିକା ଲଗାତାର ନୂଆ ଦାବି କରୁଛି। ହ୍ବାଇଟ ହାଉସ ପ୍ରେସ ସଚିବ କାରୋଲିନ ଲେଭିଟ କହିଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ-ୟୁକ୍ରେନ ବିବାଦର ଅନ୍ତ ପାଇଁ ଭାରତ ଉପରେ ଟାରିଫ୍‌ ଲଗାଇଛନ୍ତି। ସେ କହିଛନ୍ତି, ଟ୍ରମ୍ପ ଚାହାଁନ୍ତି ଯେ ଦୁଇ ଦେଶ ମଧ୍ୟରେ ବିବାଦର ଅନ୍ତ ହେଉ।

ଆମେରିକା ପୂର୍ବରୁ ଭାରତ ଉପରେ ୨୫% ଟାରିଫ୍‌ ଲଗାଇଥିଲା। କିନ୍ତୁ କିଛି ଦିନ ପରେ, ଏହା ୨୫ ପ୍ରତିଶତ ଅଧିକ ଟାରିଫ୍‌ ବୃଦ୍ଧି କରି ଏହାକୁ ଦ୍ୱିଗୁଣିତ କରିଛି। ବର୍ତ୍ତମାନ ଭାରତ ଉପରେ ଆମେରିକା ଦ୍ୱାରା ମୋଟ ୫୦% ଟାରିଫ୍‌ ଲଗାଯାଇଛି।

ଲେଭିଟ କହିଛନ୍ତି, ରାଷ୍ଟ୍ରପତି ରୁଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ଲୋକଙ୍କ ଉପରେ ପ୍ରବଳ ଚାପ ପକାଇଛନ୍ତି। ଏଥିରେ ଭାରତ ଉପରେ ଲାଗୁ ହୋଇଥିବା ଅତିରିକ୍ତ ଟାରିଫ୍‌ ଏବଂ ଅନ୍ୟାନ୍ୟ ପଦକ୍ଷେପ ଅନ୍ତର୍ଭୁକ୍ତ। ଟ୍ରମ୍ପ ସବୁବେଳେ ଚାହାଁନ୍ତି, ରୁଷିଆ ଏବଂ ୟୁକ୍ରେନ ବିବାଦର ଅନ୍ତ ହେଉ।

ଲେଭିଟ କହିଛନ୍ତି, ଆମେରିକା ରାଷ୍ଟ୍ରପତି ଚାହାଁନ୍ତି ଯେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଯଥାଶୀଘ୍ର ସମାପ୍ତ ହେଉ। ଟ୍ରମ୍ପ ହ୍ବାଇଟ ହାଉସରେ ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ। ଏହି ବୈଠକରେ ସେ ପୁଟିନଙ୍କ ସହ ଆଲୋଚନା କରି ଏହି ବିବାଦର ଅନ୍ତ କରିବାକୁ ଜେଲେନସ୍କିଙ୍କୁ କହିଥିଲେ। ନାଟୋ ସେକ୍ରେଟାରୀ ଜେନେରାଲ ସମେତ ସମସ୍ତ ୟୁରୋପୀୟ ନେତା ଏହି ବୈଠକରେ ଯୋଗ ଦେଇଥିଲେ ଏବଂ ସମସ୍ତେ ଏକମତ ହୋଇଥିଲେ ଯେ ଟ୍ରମ୍ପ ବହୁତ ପ୍ରୟାସ କରୁଛନ୍ତି। ଏହି ବୈଠକ ପରେ, ରାଷ୍ଟ୍ରପତି ଆଶା କରୁଛନ୍ତି, ଉଭୟ ନେତା ଏକାଠି ବସି ଏହି ଯୁଦ୍ଧ ସମାପ୍ତ କରିବା ବିଷୟରେ ପରସ୍ପର ସହିତ କଥା ହୋଇପାରିବେ।