ନୂଆଦିଲ୍ଲୀ,୩୦।୪: ଦେଶର କୋଟି କୋଟି ଚାଷୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଲାଭ ପାଉଛନ୍ତି। ଏହି ଯୋଜନା ଅଧୀନରେ ଚାଷୀମାନଙ୍କୁ ପ୍ରତିବର୍ଷ ୬,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଏ, ଯାହା ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ତିନୋଟି କିସ୍ତିରେ (ପ୍ରତ୍ୟେକ ୨,୦୦୦ ଟଙ୍କା) ସ୍ଥାନାନ୍ତରିତ କରାଯାଏ। ଏବେ ସମସ୍ତ ଚାଷୀ ୨୦ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି। କିନ୍ତୁ କିଛି ଚାଷୀଙ୍କ କିସ୍ତି ଅଟକି ଯାଇପାରେ। ଜାଣି ରଖନ୍ତୁ ଏହା ପଛର କାରଣ?
୨୦ତମ କିସ୍ତି କେବେ ଆସିିବ?
ସରକାର ପ୍ରତି ୪ ମାସରେ ଗୋଟିଏ କିସ୍ତି ଜାରି କରନ୍ତି। ଶେଷ ୧୮ତମ କିସ୍ତି ଅକ୍ଟୋବରରେ ଏବଂ ୧୯ତମ କିସ୍ତି ଫେବୃଆରୀରେ ଆସିଥିଲା। ଏହି ଢାଞ୍ଚା ଅନୁଯାୟୀ ୨୦ତମ କିସ୍ତି ଜୁନ ମାସରେ ଆସିପାରେ। ହେଲେ ସରକାରୀ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।
କେଉଁ ଚାଷୀଙ୍କ ୨୦ତମ କିସ୍ତି ଅଟକି ଯାଇପାରେ?
୧. e-KYC ନ କରିଥିଲେ:
ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର e-KYC ପୂରଣ କରିନାହାନ୍ତି, ତେବେ ଆପଣଙ୍କର କିସ୍ତି ବନ୍ଦ ରହିପାରେ। ଏଥିପାଇଁ ଆପଣ ଆପଣଙ୍କର ନିକଟସ୍ଥ CSC କେନ୍ଦ୍ର କିମ୍ବା ସରକାରୀ ପୋର୍ଟାଲ pmkisan.gov.in କୁ ଯାଇ e-KYC କରାଇନେବା ଉଚିତ।
୨. ଜମି ଯାଞ୍ଚ ନ କରିଥିଲେ:
ଭୂମି ଯାଞ୍ଚ ଅର୍ଥାତ ଜମି କାଗଜପତ୍ର ଯାଞ୍ଚ ବହୁତ ଗୁରୁତ୍ୱପୂର୍ଣ୍ଣ। ଯେଉଁ ଚାଷୀମାନେ ଏହି ପ୍ରକ୍ରିୟା ସମାପ୍ତ କରିନାହାନ୍ତି ସେମାନଙ୍କର କିସ୍ତି ଅଟକି ଯାଇପାରେ।
୩. ଯଦି ଆଧାର ସହ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ହୋଇନାହିଁ:
ଯଦି ଆପଣଙ୍କର ଆଧାର କାର୍ଡ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ ହୋଇନାହିଁ, ତେବେ ଆପଣଙ୍କର କିସ୍ତି ବନ୍ଦ ହୋଇପାରେ। ଯଦି ଆପଣ ଏହାକୁ ଏଡାଇବାକୁ ଚାହାଁନ୍ତି, ତେବେ ଯଥାଶୀଘ୍ର ଆପଣଙ୍କ ବ୍ୟାଙ୍କକୁ ଯାଆନ୍ତୁ ଏବଂ ଏହି କାମକୁ ସମାପ୍ତ କରନ୍ତୁ ଯାହା ଦାରା ଆପଣ ସମୟ ମଧ୍ୟରେ ଟଙ୍କା ପାଇପାରିବେ।