ପାଟନା,୨୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ, ଏବେ ବିହାରରେ ପରବର୍ତ୍ତୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ନିର୍ବାଚନ ଘୋଷଣା ପାଇଁ ଆହୁରି ବହୁତ ସମୟ ଅଛି କିନ୍ତୁ ରାଜନୈତିକ ଦଳଗୁଡ଼ିକ ନିର୍ବାଚନକୁ ନେଇ ବାକ୍ଯୁଦ୍ଧ ଆରମ୍ଭ କରିଦେଇଛନ୍ତି। ରାଷ୍ଟ୍ରୀୟ ଜନତା ଦଳ ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ଆଗାମୀ ବିହାର ବିଧାନସଭା ନିର୍ବାଚନ ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଆରଜେଡି ନେତା ତଥା ତାଙ୍କ ସାନ ଭାଇ ତେଜସ୍ବୀ ଯାଦବ ଖୁବଶୀଘ୍ର ବିହାରର ମୁଖ୍ୟମନ୍ତ୍ରୀ ହେବେ ବୋଲି ତେଜ ପ୍ରତାପ ଦାବି କରିଛନ୍ତି।
ତେଜ ପ୍ରତାପ ଯାଦବ କହିଥିଲେ, ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଏବଂ ପଲଟୁ ରାମ(ନୀତୀଶ କୁମାର) ଖୁବଶୀଘ୍ର ସିଂହାସନ ଛାଡିବେ। ଲଲ୍ଲନ ସିଂହଙ୍କ ସ୍ବପ୍ନ ସ୍ବିଫଳ ହେବାକୁ ଯାଉଛି।
ବିହାରରେ ବିଧାନସଭା ନିର୍ବାଚନ ୨୦୨୫ ବର୍ଷ ଶେଷରେ ଅନୁଷ୍ଠିତ ହେବାକୁ ଯାଉଛି। ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ବର୍ତ୍ତମାନର ସରକାରଙ୍କ କାର୍ଯ୍ୟକାଳ ୨୩ ନଭେମ୍ବର ୨୦୨୦ରୁ ଆରମ୍ଭ ହୋଇଥିଲା। ବର୍ତ୍ତମାନର ସରକାରଙ୍କ କାର୍ଯ୍ୟକାଳ ୨୨ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ରହିଛି। ଆକଳନ ଅନୁଯାୟୀ, ବିହାରରେ ନିର୍ବାଚନ ପାଇଁ ଭୋଟ ନଭେମ୍ବର ମାସ ଆରମ୍ଭରେ ହେବ। ବିହାରରେ, ମୁଖ୍ୟ ପ୍ରତିଯୋଗିତା ଭାଜପା, ଜେଡିୟୁ, ଏଲଜେପି (ରାମ ବିଳାସ), ଜିତନ ରାମ ମାଞ୍ଝି ଏବଂ ଉପେନ୍ଦ୍ର କୁଶୱାହାଙ୍କ ଦଳ ଏନଡିଏ ଏବଂ ଆରଜେଡି ଏବଂ କଂଗ୍ରେସର ମହାଗଠବନ୍ଧନ ମଧ୍ୟରେ ହେବ।