କିଏ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ, ସସପେନ୍ସ ଜାରି: ଶେଖାଓ୍ବତଙ୍କ ପରେ ବାବା ବାଲକନାଥଙ୍କୁ ଦିଲ୍ଲୀ ଡାକରା…

ନୂଆଦିଲ୍ଲୀ/ଜୟପୁର,୪।୧୨ : ରାଜସ୍ଥାନ ବିଧାନସଭା ନିର୍ବାଚନରେ ଚମତ୍କାର ବିଜୟ ପରେ, ବର୍ତ୍ତମାନ କିଏ ମୁଖ୍ୟମନ୍ତ୍ରୀ ହେବ ସେନେଇ ସସପେନ୍ସ ଜାରି ରହିଛି। ଭାଜପା ପକ୍ଷରୁ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚେହେରା ନେଇ କିଛି ପ୍ରଚାର କରି ନ ଥିଲା।

ବର୍ତ୍ତମାନ ବିଜୟ ପରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ତିଜାରା ଆସନରେ ଜିତିଥିବା ବାବା ବାଲକନାଥଙ୍କୁ ଦିଲ୍ଲୀ ଡକାଯାଇଛି। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ଦିଲ୍ଲୀ ଡକାଯାଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଦୌଡରେ ବାଲକନାଥ, ଗଜେନ୍ଦ୍ର ସିଂ, ଓମ ର୍ବିଲା, ଅର୍ଜୁନ ମେଘୱାଲ ଏବଂ ଦିୟା କୁମାରୀଙ୍କ ନାମକୁ ନେଇ ଆଲୋଚନା ହେଉଛି।

ରାଜସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ଚେହେରାକୁ ନେଇ ପ୍ରୟାସ ଜୋରଦାର ହୋଇଛି। ଅରୁଣ ସିଂ ସିପି ଯୋଶୀଙ୍କୁ ଭେଟିବାକୁ ପହଞ୍ଚିଛନ୍ତି। ରାଜ୍ୟ ସଭାପତି ଏବଂ ଦାୟିତ୍ୱରେ ଥିବା ନେତାଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେଉଛି।